Latest Odisha News

BREAKING NEWS

ବାପା ହେଲେ କମେଡି କିଙ୍ଗ କପିଲ ଶର୍ମା

ମୁମ୍ବାଇ: ଲୋକପ୍ରିୟ ହାସ୍ୟ ଅଭିନେତା ତଥା କମେଡି କିଙ୍ଗ କପିଲ ଶର୍ମା ବାପା ହେବାର ସୌଭାଗ୍ୟ ଲାଭ କରିଛନ୍ତି ।

କପିଲଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିବା ସେ ଟ୍ୱିଟ କରି ଏହି ଖୁସିଖବର ବିଷୟରେ ସୂଚନା ଦେଇଛନ୍ତି।

କପିଲ ଟ୍ବିଟ କରି କହିଛନ୍ତି, ‘ଆମ ଘରକୁ ଝିଅ ଆସିଛି ଏବେ ଆପଣ ସମସ୍ତଙ୍କର ଆର୍ଶୀବାଦର ଆବଶ୍ୟକତା ରହିଛି। ଆପଣ ମାନଙ୍କୁ ଢେର ସାରା ଭଲପାଇବା, ଜୟ ମାତା ଦି’।

ତେବେ କପିଲ ୨୦୧୮ମସିହା ଡିସେମ୍ବର ୧୩ତାରିଖରେ ଗିନ୍ନି ଚତରଥଙ୍କୁ ବିବାହ କରିଥିବା ବେଳେ, ସେମାନଙ୍କ ବିବାହକୁ ବର୍ଷେ ନପୁରୁଣୁ ସେମାନେ ବାପା ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।

କପିଲଙ୍କ ବାପା ହେବାର ଖବର ମିଳିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Leave A Reply

Your email address will not be published.