Latest Odisha News

BREAKING NEWS

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର: ‘ଭିଜା ମାଟିର ସ୍ୱର୍ଗ’ ଶ୍ରେଷ୍ଠ ସିନେମା ଓ ଅର୍ଚ୍ଚିତା ‘ଶ୍ରେଷ୍ଠ ଅଭିନେତ୍ରୀ’

ଭୁବନେଶ୍ୱର: ୨୦୧୮ ବର୍ଷ ତଥା ୩୦ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ଜଣାଶୁଣା ଚଳଚ୍ଚିତ୍ର ନାଟ୍ୟକାର ତଥା ସଂଳାପକାର ବିଜୟ ମିଶ୍ରଙ୍କୁ ପ୍ରତିଷ୍ଠିତ ‘ଜୟଦେବ ପୁରସ୍କାର’ରେ ସମ୍ମାନିତ କରାଯିବ । ଏଥିସହିତ ଓଡିଆ ସିନେମା ‘ଭିଜା ମାଟିର ସ୍ୱର୍ଗ’ କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଁ ମନୋନୀତ କରାଯାଇଛି ।

ଏନେଇ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି ।

ଜୟଦେବ ସମ୍ମାନ : ବିଜୟ ମିଶ୍ର

ଶ୍ରେଷ୍ଠ ଅଭିନେତ୍ରୀ:   ଅର୍ଚ୍ଚିତା ସାହୁ (ଚାମ୍ପିଅନ)

ଶ୍ରେଷ୍ଠ ଅଭିନେତା: ମିହିର ଦାସ (ଭିଜା ମାଟିର ସ୍ୱର୍ଗ)

ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ : ମନମୋହନ ମହାପାତ୍ର (ଭିଜା ମାଟିର ସ୍ୱର୍ଗ)

ସର୍ବଶ୍ରେଷ୍ଠ ପ୍ଲେବ୍ୟାକ୍ ସିଙ୍ଗର୍ (ମେଲ୍) : କରୁଣାକର

ସର୍ବଶ୍ରେଷ୍ଠ ରିଲିସିଷ୍ଟ: ବସନ୍ତରାଜ ସାମଲ

ସର୍ବଶ୍ରେଷ୍ଠ ସିଙ୍ଗର: ଅନ୍ତରା ଚକ୍ରବର୍ତ୍ତୀ

ସର୍ବଶ୍ରେଷ୍ଠ ଷ୍ଟୋରୀ ରାଇଟର: ଡ. ନିରଞ୍ଜନ ରେଡ୍ଡୀ (ଓଲେ ଓଲେ ଦିଲ୍ ବୋଲେ)

ମୋହନ ସୁନ୍ଦର ଦେବ ଗୋସ୍ୱାମୀ ଆୱାର୍ଡ: ଅକ୍ଷୟ ପରିଜା (ଭିଜା ମାଟିର ସ୍ୱର୍ଗ)

ଏହି ଚଳଚ୍ଚିତ୍ର ପୁରସ୍କାର ପ୍ରାୟ ୨୭ଟି କାଟେଗୋରୀରେ ପ୍ରଦାନ କରାଯାଉଅଛି ।

Leave A Reply

Your email address will not be published.