Latest Odisha News

BREAKING NEWS

ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାବେ ପୁଣି ଫେରିବେ ଶେଖ ହାସିନା

ଢାକା: ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାବେ ପୁଣି ଫେରିବେ ଶେଖ ହାସିନା। ହାସିନାଙ୍କ ଘନିଷ୍ଠ ସହଯୋଗୀ ତଥା ଆମେରିକା ଆୱାମୀ ଲିଗର ଉପାଧ୍ୟକ୍ଷ ଡକ୍ଟର ରାବି ଆଲାମ ବୁଧବାର ଏହି ଦାବି କରିଛନ୍ତି।

ସେ କହିଛନ୍ତି ଯେ ଶେଖ ହସିନା ଖୁବ୍ ଶୀଘ୍ର ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବରେ ଫେରିବେ। ଏହା ସହିତ ସେ ଶେଖ ହସିନାଙ୍କୁ ନିରାପଦ ଆଶ୍ରୟସ୍ଥଳ ଏବଂ ଯାତ୍ରା ସୁବିଧା ଦେଇଥିବାରୁ ଭାରତ ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସେ ଆହୁରି ମଧ୍ଯ କହିଛନ୍ତି ଯେ ଯୁବ ପିଢ଼ି ଭୁଲ କରିଛନ୍ତି, କିନ୍ତୁ ଏହା ସେମାନଙ୍କର ଦୋଷ ନୁହେଁ। ସେମାନଙ୍କୁ ଭ୍ରମିତ କରାଯାଇଥିଲା।”

 

Comments are closed.