Latest Odisha News

ଏହା ହେଉଛି ଭାରତର ପ୍ରଥମ ହାଇବ୍ରିଡ୍ ବାଇକ୍; ଜାଣନ୍ତୁ ପ୍ରାଇସ..

ଭୁବନେଶ୍ବର: ଭାରତରେ ସ୍ପୋର୍ଟ୍ସ ବାଇକ୍ ଦୁନିଆରେ ୟାମାହା ଏକ ବଡ ପଦକ୍ଷେପ ନେଇଛି । କମ୍ପାନୀ ଏହାର ପ୍ରଥମ ହାଇବ୍ରିଡ୍ ମୋଟରସାଇକେଲ୍, 2025 FZ-SFi ହାଇବ୍ରିଡ୍ ଲଞ୍ଚ କରିଛି  । ଏହାର ଏକ୍ସ-ସୋରୁମ୍ ମୂଲ୍ୟ ୧,୪୪,୮୦୦ ଲକ୍ଷ ଟଙ୍କା (ଦିଲ୍ଲୀ) ରହିଛି । ଏହି ବାଇକ୍ କେବଳ ଉତ୍ତମ କାର୍ଯ୍ୟଦକ୍ଷତା ନୁହେଁ ବରଂ ଉନ୍ନତ ଜ୍ଞାନକୌଶଳ ଏବଂ ସ୍ମାର୍ଟ କନେକ୍ଟିଭିଟି ସହିତ ଆସିଥାଏ ।

ଏହା ଭାରତରେ 150cc ଇଞ୍ଜିନ୍ ସେଗମେଣ୍ଟରେ କମ୍ପାନୀର ପ୍ରଥମ ହାଇବ୍ରିଡ୍ ବାଇକ ବୋଲି କମ୍ପାନୀ ଦାବି କରିଛି । ଏହା ଏକ ହାଇବ୍ରିଡ୍ ପାୱାରଟ୍ରେନ୍ ସହିତ ଆସିଛି । ଏହି ବାଇକ୍ ଏକ ଅପଡେଟ୍ TFT ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ଏବଂ ଅନ୍ୟାନ୍ୟ ଡିଜାଇନ ପରିବର୍ତ୍ତନ ସହ ଆସିଛି ।

149cc ବ୍ଲୁ କୋର ଇଞ୍ଜିନ୍ ଦ୍ବାରା ଚାଳିତ । ଏହାସହ ଏହି ବାଇକରେ ମୋଟର ଜେନେରେଟର (SMG) ଓ ଷ୍ଟପ୍‌ ଆଣ୍ଡ ଷ୍ଟାର୍ଟ ସିଷ୍ଟମ (SSS) ଫିଚର ଅଛି । ଏହି ଟେକ୍ନୋଲୋଜି ଇଞ୍ଜିନକୁ ସାଇଲେଣ୍ଟ ରେ ଷ୍ଟାର୍ଟ କରି ବ୍ୟାଟେରୀ ସମର୍ଥନ ସହିତ ଏକ୍ସିଲିରେସନକୁ ବଢାଇଥାଏ ଏବଂ ଇଞ୍ଜିନ ନିଷ୍କ୍ରିୟ ହେଲେ ଅଟୋମେଟିକ ଭାବରେ ବନ୍ଦ କରି ଏକ କ୍ଲଚ୍ ଯୋଗଦାନ ସହିତ ପୁନଃ ଆରମ୍ଭ କରି ଇନ୍ଧନ ଦକ୍ଷତା ବୃଦ୍ଧି କରିବାରେ ସାହାଯ୍ୟ କରେ ।

ଏହି ବାଇକ୍ ରେ 4.2 ଇଞ୍ଚ ଫୁଲ କଲର TFT ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ଅଛି, ଯାହା Y-Connect ଆପ୍ ଜରିଆରେ ସ୍ମାର୍ଟଫୋନ୍ ସହ କନେକ୍ଟ ହୋଇପାରିବ । ଏଥିରେ ଗୁଗୁଲ୍ ମ୍ୟାପ୍ ସହିତ ଜଡିତ ଟର୍ଣ୍ଣ-ବାୟ-ଟର୍ଣ୍ଣ (TBT) ନାଭିଗେସନ୍ ଅଛି, ଯାହା ରିଅଲ୍-ଟାଇମ୍ ଦିଗ ନିର୍ଦ୍ଦେଶ, ନାଭିଗେସନ୍ ଇଣ୍ଡେକ୍ସ, ଇଣ୍ଟରସେକ୍ସନ ସୂଚନା ଏବଂ ସଡକର ନାମ ଦେଖାଏ ।

ୟାମାହା ହ୍ୟାଣ୍ଡେଲବାରର ପୋଜିସନକୁ ଉନ୍ନତ କରିଛି ଓ ସୁଇଚ୍ ଗିଅର୍ ପୁନଃଡିଜାଇନ୍ କରାଯାଇଛି । ଭାରତରେ ୟାମାହାର FZ ବାଇକ୍ ବହୁତ ପସନ୍ଦ କରନ୍ତି । ଏହି କାରଣରୁ କମ୍ପାନୀକୁ ଭାରତରେ ଏକ ଭିନ୍ନ ପରିଚୟ ମିଳିଛି। ବର୍ତ୍ତମାନ କମ୍ପାନୀ ହାଇବ୍ରିଡ୍ ମଡେଲ୍ ମାଧ୍ୟମରେ ଗ୍ରାହକଙ୍କୁ ଏକ ନୂତନ ବିକଳ୍ପ ଦେଇଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ୟାମାହାର FZ ସିରିଜରେ ଚାରି ଟି ବାଇକ୍ ଅଛି, ଏହା ପଞ୍ଚମ ବାଇକ୍ ହେବ ।

Leave A Reply

Your email address will not be published.