Latest Odisha News

BREAKING NEWS

ଜଙ୍ଗଲ ନିଆଁ ଜଗୁଛି ଏଆଇ କ୍ୟାମେରା, ଧୁଆଁ ବାହାରିଲେ କରାଉଛି ସତର୍କ

ଭୁବନେଶ୍ଵର: ଜଙ୍ଗଲ ନିଆଁ ନିୟନ୍ତ୍ରଣ ନେଇ ପିସିସିଏଫ୍‌ ସୁରେଶ ପନ୍ତ୍‌ଙ୍କ ସୂଚନା । ଜଙ୍ଗଲ ନିଆଁ ଲିଭାଇବାରେ ୯୯.୯୯% ସଫଳ ହେଉଛି ବନ ବିଭାଗ । ଅଧିକ ନିଆଁ ଲାଗିଲେ ଗୃହ ବିଭାଗ ଜରିଆରେ ଓଡ୍ରାଫ୍‌ ସହାୟତା ନେବୁ ବୋଲି କହିଛନ୍ତି ପିସିସିଏଫ୍ । ତେବେ ପ୍ରଥମ ରାଜ୍ୟ ଭାବେ ଓଏଫ୍ଏମଏସ ଫରେଷ୍ଟ ଫାୟର ଆପ୍ଲିକେସନର ବ୍ୟବହାର କରାଯାଉଛି । ଯାହା ଜଙ୍ଗଲ ନିଆଁ ଅନୁସନ୍ଧାନ ଏବଂ ରିପୋର୍ଟିଂ ପାଇଁ ବେଶ ଉପଯୋଗୀ ହେଉଛି ବୋଲି କହିଛନ୍ତି ପିସିସିଏଫ୍ ।

ସୂଚନା ଅନୁସାରେ, ଜଙ୍ଗଲ ନିଆଁ ରୋକିବା ପାଇଁ ଜିଲ୍ଲା ସ୍ତରରେ ଆକ୍ସନ ପ୍ଲାନ୍ କରାଯାଉଛି । ସବୁଠୁ ବଡ କଥା ଜଙ୍ଗଲ ନିଆଁ ରୋକିବାରେ ସହାୟକ ସାଜିଛି ଏଆଇ କ୍ୟାମେରା । ଶିମିଳିପାଳରେ ୫ଟି ଓ ରାଉରକେଲା ବନ ବିଭାଗରେ ଲାଗିଛି ୪ଟି କ୍ୟାମେରା । ତତ୍କାଳ ତଥ୍ୟ ପାଇଁ ଶିମିଳିପାଳରେ ୫ଟି AI କ୍ୟାମେରା ଲାଗିଛି । ଚଳିତ ବର୍ଷ ୧୫,୭୨୩ କିମି ନୂଆ ଫାୟର ଲାଇନ୍‌ ସୃଷ୍ଟି ହୋଇଛି ବୋଲି କହିଛନ୍ତି ପିସିସିଏଫ୍ ସୁରେଶ ପନ୍ତ୍ ।

ତେବେ ରାଜ୍ୟରେ ଜଙ୍ଗଲ ନିଆଁ ଉପରେ ନଜର ରଖିଛି ଅତ୍ୟାଧୁନିକ ଏଆଇ କ୍ୟାମେରା। ନିଆଁ ଲାଗିବା ମାତ୍ରେ ୩ ରୁ ୫ ମିନିଟ ମଧ୍ୟରେ ଖବର ପାଇବ ବନ ବିଭାଗ। ଖବର ପାଇବା ମାତ୍ରେ ତତ୍କାଳ ଜଙ୍ଗଲ ନିଆଁକୁ ଆୟତ୍ତ କରାଯାଇପାରିବ। ଅତ୍ୟାଧୁନିକ ଏଆଇ କ୍ୟାମେରା ୨୦ କିଲୋମିଟର ଦୂରରୁ ସଠିକ ନିଆଁ ତଥ୍ୟ ଦେଇ ପାରିବ। ଶିମିଳିପାଳ ଜଙ୍ଗଲରେ ୫ଟି ଅତ୍ୟାଧୁନିକ ଏଆଇ କ୍ୟାମେରା ଖଞ୍ଜା ଯାଇଥିବା ବେଳେ ସାତକୋଶିଆ, ଅନୁଗୁଳ ଢେଙ୍କାନାଳ ଜଙ୍ଗଲରେ ଆଉ ୬ଟି ଅତ୍ୟାଧୁନିକ ଇଓ କ୍ୟାମେରା ଲଗାଯିବାର ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ପୂର୍ବରୁ ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆ ଦୁଇଟି ସାଟେଲାଇଟ୍ ମାଧ୍ୟମରେ ଦିନକୁ ୪ ଥର ଜଙ୍ଗଲ ନିଆଁ ଖବର ପଠାଉଥିଲେ। ନିଆଁ ଲାଗିବାର ୩ରୁ ୬ ଘଣ୍ଟା ମଧ୍ୟରେ ଖବର ମିଳୁଥିଲା। କିନ୍ତୁ ଅତ୍ୟାଧୁନିକ ଏଆଇ କ୍ୟାମେରାକୁ କେବଳ ୫ ମିନିଟ ସମୟ ଲାଗିବ । ଏଆଇ କ୍ୟାମେରା ପ୍ରାକୃତିକ ନିଆଁ ଓ କୃତ୍ରିମ ଲାଇଟ ମଧ୍ୟରେ ଥିବା ପ୍ରଭେଦକୁ ଜାଣି ପାରୁଥିବାରୁ ନିଆଁ ସମ୍ପର୍କିତ ବାସ୍ତବ ତଥ୍ୟ ବନ ବିଭାଗ ପାଇବ।

Comments are closed.