ଜାକର୍ତ୍ତା : ୨୦୧୮ ମସିହାର ‘ଏସୀୟ କ୍ରୀଡ଼ା’ରେ ଭାରତକୁ ମିଳିଛି ଆଜି ପ୍ରଥମ ପଦକ ଏବଂ ତାହା ପୁଣି ସ୍ୱର୍ଣ୍ଣ ପଦକ । ପ୍ରବୀଣ କୁସ୍ତି ଯୋଦ୍ଧା ବଜରଙ୍ଗୀ ପୁନିଆ ୬୫କେଜି କ୍ୟାଟେଗୋରୀରେ ଜାପାନ କୁସ୍ତି ଯୋଦ୍ଧା ଡ଼ାଇଚି ତାକାତାନିଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ଜିତିଛନ୍ତି ।
ପୂର୍ବରୁ ସେ ଉଜବେକିସ୍ତାନର ସିରୋଜିଉଦ୍ଦିନ୍ ଙ୍କୁ ୧୩-୩ ପଏଣ୍ଟରେ ପରାସ୍ତ କରି ଫାଇନାଲକୁ ଉନ୍ନିତ ହୋଇଥିଲେ ।
ତେବେ କୁସ୍ତିରେ ପଦକ ଆଶାୟୀ ରହିଥିବା ଆଇକନ ରେସଲର୍ ସୁଶିଲ୍ କୁମାର ୭୪କେଜି ବର୍ଗରେ ପରାସ୍ତ ହୋଇଛନ୍ତି । ଅନ୍ୟ କୁସ୍ତି ଯୋଦ୍ଧା ସନ୍ଦୀପ ତୋମାର ମଧ୍ୟ ପରାସ୍ତ ହୋଇ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି ।
Comments are closed.