ଭୁବନେଶ୍ବର: ଯଦି ଆପଣ ଶାକାହାରୀ ଏବଂ ଆପଣଙ୍କ ଶରୀରକୁ ପ୍ରାକୃତିକ ପ୍ରୋଟିନ୍ ଯୋଗାଇବାକୁ ଚାହୁଁଛନ୍ତି । ତେବେ ଗଜା ମୁଗଠାରୁ ଭଲ ଆଉ କିଛି ନାହିଁ । ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଗଜାମୁଗରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ ସି ଏବଂ ଖଣିଜ ପଦାର୍ଥ ଥାଏ । ଯାହା ଶରୀରକୁ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରେ । ଗଜା ମୁଗ ଏକ ସମ୍ପୂର୍ଣ୍ଣ ପୁଷ୍ଟିକରତତ୍ତ୍ୱରେ ଭରପୁର ସୁପରଫୁଡ୍ । ଯାହା ଆପଣଙ୍କ ଶରୀରକୁ ପ୍ରଚୁର ଶକ୍ତି, ପୁଷ୍ଟିସାର ପ୍ରଦାନ କରେ ।
ଯଦି ଆପଣ ସକାଳ ଖାଦ୍ୟରେ ଗଜା ମୁଗକୁ ସାମିଲ କରିବେ, ତାହାଲେ ଆପଣଙ୍କୁ ଭରପୁର ଶକ୍ତି ମିଳିବ ଏବଂ ସୁସ୍ଥ ରହିବେ ।
ଗଜା ମୁଗରେ ଥିବା ଫାଇବର ଆପଣଙ୍କ ପାଚନତନ୍ତ୍ରକୁ ସୁଦୃଢ କରିଥାଏ । ଏହା ଅନ୍ତନଳୀକୁ ସୁସ୍ଥ ରଖେ, କୋଷ୍ଠକାଠିନ୍ୟ ଦୂର କରେ, ପେଟକୁ ହାଲୁକା ଏବଂ ଆରାମଦାୟକ ରଖେ । ଯଦି ଆପଣଙ୍କର ଏସିଡିଟି କିମ୍ବା ପେଟ ଫୁଲିବା ସମସ୍ୟା ଅଛି, ତେବେ ପ୍ରତିଦିନ ସକାଳେ ଭିଜା ମୁଗ ଖାଆନ୍ତୁ । ଧ୍ୟାନ ରଖିବେ ଏକାଥରକେ ଅଧିକ ଖାଇବେ ନାହିଁ । ଅଳ୍ପ ପରିମାଣରୁ ଆରମ୍ଭ କରନ୍ତୁ ଏବଂ ଧୀରେ ଧୀରେ ବଢ଼ାନ୍ତୁ ।
ଗଜା ମୁଗ ରକ୍ତ ଶର୍କରାସ୍ତରକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରେ । ଏହାର କମ ଗ୍ଲାଇସେମିକ ଇଣ୍ଡେକ୍ସ ଏହାକୁ ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ
ସେହିପରି ଗଜା ମୁଗ ଖାଇବା ଦ୍ୱାରା ଖରାପ କୋଲେଷ୍ଟ୍ରଲ (LDL) ହ୍ରାସ ପାଏ ଏବଂ ଭଲ କୋଲେଷ୍ଟ୍ରଲ (HDL) ବଢିଥାଏ । ଯାହା ଆମ ସ୍ୱାସ୍ଥ୍ୟକୁ ସୁସ୍ଥ ରଖେ। ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରେ ଏବଂ ହୃଦରୋଗକୁ ରୋକିବାରେ ମଧ୍ୟ ସାହାଯ୍ୟ କରେ ।
ଏଥିସହ ଗଜାମୁଗରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍ ‘ଇ’ ତ୍ୱଚାକୁ ଉଜ୍ଜ୍ୱଳ ରଖେ । ଏଥିରେ ଥିବା ପ୍ରୋଟିନ ଏବଂ ଖଣିଜ ପଦାର୍ଥ କେଶକୁ ମଜବୁତ ଏବଂ ଘନ କରିଥାଏ ।
Comments are closed.