Latest Odisha News

BREAKING NEWS

ରାଜ୍ୟରେ କାଳବୈଶାଖୀ ଆଣିବ ତାତିରୁ ଆଶ୍ବସ୍ତି: ୨୪ ଯାଏ ବର୍ଷା

ଭୁବନେଶ୍ୱର : କାଳବୈଶାଖୀ ଆଣିବ ତାତିରୁ ଆଶ୍ବସ୍ତି। ଆଜିଠୁ ୨୪ ଯାଏଁ ହେବ ବର୍ଷା । ରାଜ୍ୟର କାଳବୈଶାଖୀ ପ୍ରଭାବରେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି। ଆଜି ଭଦ୍ରକ ,ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡା, କଟକ ଓ ଜଗତସିଂହପୁର ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ସହ ଘଡ଼ଘଡ଼ି ବିଜୁଳି ହେବାର ସମ୍ଭାବନା ରହିଛି।

ସେହିପରି ୨୦ ଏବଂ ୨୧ ତାରିଖରେ ଘଡଘଡି ସହ ବର୍ଷା ଏବଂ ଝଡ଼ ପବନ ହେବାର ସମ୍ଭାବନା ରହିଛି । ୫୦ ରୁ ୬୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ଯାହାକୁ ନେଇ ୩ ଦିନ ପାଇଁ କିଛି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ୨୦ ତାରିଖରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବ। ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ରହିବ। ଯାହାକୁ ନେଇ ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

୨୪ ତାରିଖ ଯାଏ କାଳବୈଶାଖୀ ଆଶଙ୍କା ରହିଛି। ବିଜୁଳ, ଘଡ଼ଘଡ଼ି ପାଇଁ କିଛି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଗାମୀ ଦୁଇ ଦିନ ପାଇଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ୩ ଦିନ ପରେ ବର୍ଷା ପ୍ରଭାବରେ ସ୍ଵାଭାବିକ ତାପମାତ୍ରାରୁ ୩ ରୁ ୫ ଡିଗ୍ରୀ ସେଲସିୟସ ଯାଏ ହ୍ରାସ ଦେଖିବାକୁ ମିଳିବ।

 

Comments are closed.