Latest Odisha News

BREAKING NEWS

କୋର୍ଟରେ ହାଜର ହେଲେ ରାଜା ଚକ୍ର, ରିମାଣ୍ଡରେ ନେବ ଇଓଡବ୍ଲ୍ୟୁ

ବାଲେଶ୍ଵର: ବୁଧବାର ବାଲେଶ୍ବର ଓପିଆଇଡି କୋର୍ଟରେ ହାଜର ହେଲେ ବିଜେଡି ନେତା ରାଜା ଚକ୍ର । ଆଜି ଓପିଆଇଡି କୋର୍ଟରେ ରାଜା ଚକ୍ରଙ୍କୁ ହାଜର କରିଛି କ୍ରାଇମବ୍ରାଞ୍ଚ । ମଙ୍ଗଳବାର କ୍ରାଇମବ୍ରାଞ୍ଚ ୫ ଦିନିଆ ରିମାଣ୍ଡ ଆବେଦନ କରିଥିଲା । ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଅଧିକ ପଚରାଉଚରା କରିବ ।

ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ଗତ ୧୩ ତାରିଖରେ ବିଜେଡି ନେତା ରାଜା ଚକ୍ରଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । କେନ୍ଦୁଝର ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୋଡ଼ିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋର୍ଟିଂ କୋଅପରେଟିଭ ସୋସାଇଟିର ସଦସ୍ୟ ନଥାଇ ରାଜା ଚକ୍ର ଓ ତାଙ୍କ ସହଯୋଗୀ କୋଟି କୋଟି ଟଙ୍କା ଅତ୍ମସାତ କରିଥିବା ଅଭିଯୋଗ ହୋଇଥିଲା । ପଚରାଉଚରା ପରେ ରାଜାଚକ୍ରଙ୍କୁ ବାନ୍ଧିଥିଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ।

ଏକ ପ୍ରେସମିଟ୍ ଜରିଆରେ ଏନେଇ ସୂଚନା ଦେଇଥିଲେ କ୍ରାଇମ୍‌ବ୍ରାଞ୍ଚ ଡିଜି । ୨୦୧୭-୧୮ ମସିହାରୁ ମାର୍ଚ୍ଚ ୨୦୨୪ ମଧ୍ୟରେ ୧୮୫ କୋଟି ଆୟ କରିଥିଲା ଏଜେନ୍ସି ।

Comments are closed.