Latest Odisha News

BREAKING NEWS

ଅଯୋଧ୍ୟା ରାୟର ପୁନଃ ବିଚାରକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶର ସମ୍ବେଦନଶୀଳ ତଥା ବହୁ ଚର୍ଚ୍ଚିତ ଅଯୋଧ୍ୟାରେ ରାମଜନ୍ମ ଭୂମି ଓ ବାବ୍ରୀ ମସଜିଦକୁ ନେଇ ବିବାଦୀୟ ଜମି ମାମଲାର ରାୟ ବିରୋଧରେ ଦାଏର କରାଯାଇଥିବା ରିଭ୍ୟୁ ପିଟିସନକୁ ଗୁରୁବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି ।

ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେଙ୍କ ଅଧ୍ୟକ୍ଷତାରେ ୫ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ।

ଏହି ଖଣ୍ଡପୀଠରେ ଜଷ୍ଟିସ ବୋବଡେଙ୍କ ବ୍ୟତୀତ ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ, ସଞ୍ଜୀବ ଖାନ୍ନା ଓ ଏସଏ୍ ନଜିର୍ ପ୍ରମୁଖ ସାମିଲ ରହିଥିଲେ ।

ସୂଚନାଯୋଗ୍ୟ, ଗତ ନଭେମ୍ବର ୯ ତାରିଖରେ ପ୍ରକାଶିତ ସୁପ୍ରିମକୋର୍ଟଙ୍କ ଐତିହାସିକ ଅଯୋଧ୍ୟା ରାୟ ଅନୁଯାୟୀ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣକୁ ଅନୁମତି ପ୍ରଦାନ କରାଯାଇଥିବା ବେଳେ ମସଜିଦ୍ ପାଇଁ ବିକଳ୍ପ ସ୍ଥାନରେ ୫ ଏକର ଜମି ଯୋଗାଇ ଦିଆଯିବ ।

ପରବର୍ତ୍ତୀ ସମୟରେ ଏହି ରାୟ ବିରୋଧରେ ନିର୍ମୋହୀ ଆଖଡା, ମୁସଲିମ୍ ପର୍ସନାଲ୍ ଲ’ ବୋର୍ଡ ଓ ଅନ୍ୟ ସଙ୍ଗଠନ ପକ୍ଷରୁ ପ୍ରାୟ ୧୮ଟି ରିଭ୍ୟୁ ପିଟିସନ ତଥା ରାୟର ପୁର୍ନବିଚାର ପାଇଁ ପିଟିସନ୍ ଦାଖଲ କରାଯାଇଥିଲା ଯାହାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି ।

Leave A Reply

Your email address will not be published.