Latest Odisha News

BREAKING NEWS

ଆସନ୍ତାକାଲି ବିଧାନସଭା ଘେରିବ କଂଗ୍ରେସ; ଟ୍ରାଫିକ୍ ସମସ୍ୟା ଆଶଙ୍କା କଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ ୨୭ ତାରିଖରେ ବିଧାନସଭା ଘେରାଓ କରିବାକୁ ନିଷ୍ପତ୍ତି ନେଇଛି ରାଜ୍ୟ କଂଗ୍ରେସ । ଦଳ ପକ୍ଷରୁ ବିଧାନସଭା ଘେରାଓ ସହ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରା‌ଯିବ ବୋଲି ସୂଚନା ରହିଛି । ତେବେ ଏହି ବିକ୍ଷୋଭ ସମୟରେ ରାଜଧାନୀର କେତେକ କ୍ଷେତ୍ରରେ ଟ୍ରାଫିକ ସମସ୍ୟା ଦେଖାଯିବା ନେଇ ଆଶଙ୍କା କରିଛି କମିଶନରେଟ୍ ପୋଲିସ ।

ଭୁବନେଶ୍ୱର ସହର ଏବଂ ଏହାର ଆଖପାଖରେ ବିଶେଷ କରି ରାଜମହଲ ଛକରୁ ରୁପାଲି ଛକ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱ ରାସ୍ତାରେ ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବାର ଆଶଙ୍କା କରାଯାଉଛି ।

ତେବେ ଟ୍ରାଫିକ୍ ସମସ୍ୟା ଏଡ଼ାଇବା ନିମନ୍ତେ କମିଶନରେଟ୍ ପୋଲିସ ପକ୍ଷରୁ ରାଜମହଲ ଛକରୁ ରୁପାଲି ଛକ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱ ରାସ୍ତାରେ ନଯାଇ ଅନ୍ୟ ରାସ୍ତା ଦେଇ ଯିବା ନିମନ୍ତେ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।

Comments are closed.