Latest Odisha News

ଏମିତି ଏକ ମନ୍ଦିର, ଯେଉଁଠି ବିନା ଶୁଣ୍ଢରେ ପୂଜା ପାଆନ୍ତି ଗଣେଶ !

ଭୁବନେଶ୍ୱର: ଆରମ୍ଭ ହୋଇଗଲାଣି ପର୍ଯ୍ୟଟନ ଋତୁ । ଭ୍ରମଣ ପ୍ରିୟ ଲୋକେ ଭିନ୍ନ ଭିନ୍ନ ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯିବା ସହ ବହୁ ଲୋକେ ଧାର୍ମିକ ସ୍ଥାନକୁ ଯିବାକୁ ପସନ୍ଦ କରିଥାଆନ୍ତି।

ତେବେ ଆପଣ ଯଦି ଧାର୍ମିକ ସ୍ଥାନ ଭ୍ରମଣ କରିବାକୁ ଚାହୁଁଛନ୍ତି । ତେବେ ଯାଆନ୍ତୁ ରାଜସ୍ଥାନର ରାଜଧାନୀ ଜୟପୁରରେ ଥିବା ପ୍ରଭୁ ଗଣେଶଙ୍କର ଏହି ମନ୍ଦିରକୁ ।

ଏହି ମନ୍ଦିରର ନାମ ‘ଗର୍‍ ଗଣେଶ’ । ଯେଉଁଠାରେ ପ୍ରଭୁଙ୍କୁ ମନୁଷ୍ୟ ରୂପରେ ପୂଜା କରାଯାଇଥାଏ। ମନ୍ଦିରରେ ପ୍ରଭୁଙ୍କର ବିନା ଶୁଣ୍ଢ ଥିବା ପ୍ରତିମା ପୂଜାର୍ଚ୍ଚନା କରାଯାଏ। ଏହି ମନ୍ଦିରର ବିଶେଷତ୍ୱ ହେଉଛି ଏଠାରେ ଶୁଣ୍ଢ ନଥିବା କାରଣରୁ ଏଠାରେ ପ୍ରଭୁଙ୍କର ମନୁଷ୍ୟ ରୂପର ପ୍ରତିମା ପୂଜା କରାଯାଇଥାଏ।

ପ୍ରତ୍ୟେକ ବୁଧବାର ଦିନ ଏଠାରେ ଭକ୍ତଙ୍କ ବେଶ ଭିଡ଼ ହୋଇଥାଏ। କାରଣ ବୁଧବାର ଦିନକୁ ଗଣେଶଙ୍କ ଦିନ ବୋଲି କୁହାଯାଇଥାଏ।

ଏଠାରୁୁ ଜୟପୁର ସହରର ସୌନ୍ଦର୍ଯ୍ୟ ମଧ୍ୟ ଦେଖିବାକୁ ମିଳିଥାଏ। ମନ୍ଦିରର ନିକଟରେ ଥିବା ସମସ୍ତ ସ୍ଥାନ ଶାନ୍ତ ଓ ସୌନ୍ଦର୍ଯ୍ୟମୟ ଅଟେ। ଏଠାକୁ ଆସିଲେ ମନକୁ ଏକ ଅପୂର୍ବ ଶାନ୍ତି ମିଳିବା ସହ ମାନସିକ ଶାନ୍ତି ମଧ୍ୟ ମିଳିଥାଏ।

ପ୍ରାକୃତିକ ଶୋଭରାଜି ସହ ପ୍ରଭୁଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ମନରେ ସକରାତ୍ମକ ଭାବନା ମଧ୍ୟ ଆସିଥାଏ। ଗଣେଶ ପୂଜା ଦିନ ଏହି ମନ୍ଦିରରେ ସ୍ୱତନ୍ତ୍ର ପୂଜା ହେବା ସହ ଭକ୍ତଙ୍କ ବହୁତ ଭିଡ଼ ହୋଇଥାଏ।

ଏତଦ ବ୍ୟତୀତ ଗଣେଶ ପୂଜାର ଦ୍ୱିତୀୟ ଦିନରେ ମନ୍ଦିର ନିକଟରେ ମେଳାର ମଧ୍ୟ ଆୟୋଜନ ହୋଇଥାଏ। ଏହି ସମୟରେ ଏଠାକୁ ବହୁ ପର୍ଯ୍ୟଟକ ଆସିଥାଆନ୍ତି।

Comments are closed.