Latest Odisha News

BREAKING NEWS

ରାଜ୍ୟରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାର ଶୁଭାରମ୍ଭ । ରାଜ୍ୟରେ ଆଜିଠୁ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା । ପୋଷଣ ଯୁକ୍ତ ମାଣ୍ଡିଆ ଲଡ଼ୁ ବାଣ୍ଟି ଏହାର ଶୁଭାରମ୍ଭ କରିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଉମରକୋଟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପିଲାଙ୍କୁ ଲଡ଼ୁ ବାଣ୍ଟିଛନ୍ତି । ଏତିସହିତ ନବମ ଓ ଦଶମ ପିଲାଙ୍କ ମଧ୍ୟାହ୍ନ ଭୋଜନର ମଧ୍ୟ ଶୁଭାରମ୍ଭ କଣିଛନ୍ତି ମନ୍ତ୍ରୀ । ଯେଉଁଥିରେ ରାଜ୍ୟର ୧୦ ଲକ୍ଷ ୮୦ ହଜାର ପିଲା ଉପକୃତ ହେବେ ସେ କହିଛନ୍ତି ।

ତେବେ ଆଜିଠୁ ସ୍କୁଲରେ ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଦିଆଯିବ ପୁଷ୍ଟିକର ଲଡୁ । ଯାହା ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ମଧ୍ୟାହ୍ନ ଭୋଜନ ଖାଇବା ସମୟରେ ପ୍ରଦାନ କରାଯିବ । ପିଲାଙ୍କୁ ସ୍କୁଲରେ ମୋଟ ୩ଟି ପୁଷ୍ଟିକର ଲଡୁ ସହ ଗୋଟିଏ ଅତିରିକ୍ତ ଅଣ୍ଡା ଦିଆଯିବ । ଶିଶୁବାଟିକା ଠାରୁ ଦଶମ ପର୍ଯ୍ୟନ୍ତ ସମସ୍ତ ପିଲା ଏଥିରେ ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ୫୭୦.୭୧ କୋଟି ଟଙ୍କା ବ୍ୟୟ କରିବେ । ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ବଜେଟ୍‌ରୁ ଏହି ଖର୍ଚ୍ଚ କରାଯିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପୁର୍ବରୁ ସୂଚନା ଦିଆଯାଇଛି ।

ପ୍ରଥମରୁ ଦଶମ ଛାତ୍ରଛାତ୍ରୀମାନଙ୍କୁ ସୋମବାର, ବୁଧବାର, ଶୁକ୍ରବାର ଅଣ୍ଡା ଦିଆଯିବା ସହିତ ମଙ୍ଗଳବାର, ଗୁରୁବାର, ଶନିବାର ପୋଷଣଯୁକ୍ତ ଲଡୁ ମଧ୍ୟାହ୍ନ ଭୋଜନାରେ ଦିଆଯିବ । ପିଏମ୍ ପୋଷଣ ଓ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ଅନୁସାରେ ମିଳିବ । ଯାହାକି ଆଜିଠାରୁ ଅର୍ଥାତ୍ ସ୍ଥା ଏପ୍ରିଲ ପହିଲାରୁ ଆରମ୍ଭ ହୋଇଛି ।

Comments are closed.