ଭୁବନେଶ୍ୱର: ଆଇଏଏସ୍ ଅଧିକାରୀ ସୁଜାତା ରାଉତ କାର୍ତ୍ତିକେୟନଙ୍କ ସ୍ୱେଚ୍ଛାକୃତ ଅବସର (ଭିଆରଏସ୍) ପରେ ତାଙ୍କର ଆଗାମୀ ପଦକ୍ଷେପ ଉପରେ ସାରା ଓଡ଼ିଶାର ନଜର ରହିଛି । ଯେହେତୁ ତାଙ୍କ ସ୍ୱାମୀ ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ଆଇଏଏସ ଚାକିରି ଛାଡି ରାଜନୀତିରେ ପାଦ ଥାପିଥିଲେ । ତେଣୁ ସମାନ ଶୈଳୀ ପାଣ୍ଡିଆନଙ୍କ ପତ୍ନୀ ତଥା ସୁଜାତା ଆପଣାଇବେ କି ତାକୁ ନେଇ ଏବେ ଗାଁରୁ ସହର ଚାଲିଛି ।
ସୁଜାତାଙ୍କ ଅବସର ଆବେଦନ ମାର୍ଚ୍ଚ ୨୭ରେ ଦାଖଲ ହୋଇଥିଲା ଓ ପରଦିନ ମାର୍ଚ୍ଚ ୨୮ରେ କେନ୍ଦ୍ର ସରକାର ଏହାକୁ ମଞ୍ଜୁର କରିଛନ୍ତି। ଏତେ ଶୀଘ୍ର ମଞ୍ଜୁରୀ ମିଳିବା ରାଜ୍ୟରେ ଆଲୋଚନାର ବିଷୟ ହୋଇଛି।
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ଅଧ୍ୟକ୍ଷ ଭକ୍ତ ଚରଣ ଦାସ ଅଭିଯୋଗ କରିଛନ୍ତି ଯେ, ବିଜେଡି ଓ ବିଜେପି ମଧ୍ୟରେ ଭିତିଆରିଆ ବନ୍ଧୁତା ରହିଛି। ସେ କହିଛନ୍ତି ଯେ ପାଣ୍ଡିଆନ, ଯିଏ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବିଶ୍ୱସ୍ତ, ଏବେ ମଧ୍ୟ ରାଜ୍ୟ ରାଜନୀତିରେ ବଡ଼ ପ୍ରଭାବ ରଖିଛନ୍ତି। ଭକ୍ତ ଦାସ ପ୍ରଶ୍ନ ଉଠାଇଛନ୍ତି ଯେ ପାଣ୍ଡିଆନ କିପରି ପୂର୍ବତନ ଓ ବର୍ତ୍ତମାନ ସରକାରରେ ସବୁ କାମ ସହଜରେ କରାଇ ପାରୁଛନ୍ତି।
ବିଜେଡି ଓ ବିଜେପି ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ବିଜେଡି ନେତା ମହେଶ ସାହୁ କହିଛନ୍ତି ଯେ ତାଙ୍କ ଦଳରେ ନବୀନ ପଟ୍ଟନାୟକ ହିଁ ଏକମାତ୍ର ନେତା। ସେ ପ୍ରଶ୍ନ କରିଛନ୍ତି ଯେ ଯଦି ପାଣ୍ଡିଆନଙ୍କ କିଛି ଭୁଲ୍ ଥାଏ, ତେବେ କେନ୍ଦ୍ର ସରକାର ତାଙ୍କ ଭିଆରଏସ୍ ଗ୍ରହଣ କାହିଁକି କଲେ? ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କାହିଁକି ହେଲା ନାହିଁ?
ଅନ୍ୟପକ୍ଷରେ ରାଜ୍ୟର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ଯେତେବେଳେ କୌଣସି ଅଧିକାରୀଙ୍କ ବିରୋଧରେ କୌଣସି ମାମଲା ନଥାଏ, ତାଙ୍କ ଭିଆରଏସ୍ ଆବେଦନ ସାଧାରଣତଃ ଗ୍ରହଣ କରାଯାଏ। ସେ କଂଗ୍ରେସର ଅଭିଯୋଗକୁ ଖାରଜ କରି କହିଛନ୍ତି ଯେ କଂଗ୍ରେସ ରାଲିରେ ହିଂସା ଏକ ବଡ଼ ଚିନ୍ତାର ବିଷୟ।
ସେହିପରି ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସୋସିଆଲ ମିଡିଆରେ ପାଣ୍ଡିଆନଙ୍କ ପ୍ରଶାସନିକ ଦକ୍ଷତାର ପ୍ରଶଂସା କରିଛନ୍ତି।
ସୁଜାତାଙ୍କ ଅବସର ନେବା ନିଷ୍ପତ୍ତି ହଠାତ୍ ଆସିଥିବାରୁ ଅନେକ ପ୍ରଶ୍ନ ଉଠିଛି। କେହି କେହି ଭାବୁଛନ୍ତି ସେ ରାଜନୀତିରେ ଯୋଗଦେବେ, ଯଦିଓ ଏହା ସ୍ପଷ୍ଟ ହୋଇନାହିଁ। ଛଅ ମାସର ଛୁଟି ପରେ ସେ ଅର୍ଥ ବିଭାଗରେ କାମ ଆରମ୍ଭ କରିଥିଲେ।
Comments are closed.