ଗାନ୍ଧୀନଗର: ଜଳିଗଲା ଫାଇଟର ଜେଟ୍ ଜାଗୁଆର୍ । ଆଇଏଏଫ ଫାଇଟର ଜେଟ୍ ଜାଗୁଆର୍ ଦୁର୍ଘଟଣାଗ୍ରସ୍ତ । ବୁଧବାର ବିଳମ୍ବିତ ରାତିରେ ଗୁଜୁରାଟର ଜାମନଗର ନିକଟରେ ଫାଇଟର ଜେଟ୍ ଜାଗୁଆର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ଏଣେତେଣେ ଛିଟକି ହୋଇ ପଡିଛି ବିମାନର ଖଣ୍ଡଖଣ୍ଡ ଅଂଶ ।
ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ପାଇଲଟ୍ ଆହତ ଅବସ୍ଥାରେ ତଳେ ପଡ଼ିଛନ୍ତି ଏବଂ ତାଙ୍କ ଚାରିପାଖରେ ଲୋକଙ୍କ ଭିଡ଼ ଜମିଛି। ଏହା ସହିତ, ବିମାନର ଖଣ୍ଡଗୁଡ଼ିକ ଚାରିଆଡ଼େ ବିଛାଡ଼ି ପଡ଼ିଛି ଏବଂ ନିଆଁ ଲାଗିଛି।
#WATCH | Gujarat | Visuals from Jamnagar where a Jaguar fighter aircraft crashed; one pilot has been rescued and shifted to hospital for treatment, operations underway to rescue the other pilot pic.twitter.com/Ej6Tvoz0js
— ANI (@ANI) April 2, 2025
କ୍ରାଶ୍ ହୋଇଥିବା ସ୍ଥାନରେ ସ୍ଥାନୀୟ ଲୋକେ,ପୋଲିସ ଓ ପ୍ରଶାସନ ପହଞ୍ଚିଛନ୍ତି । ଗୁରୁତର ଆହତ ପାଇଲଟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
#WATCH | Gujarat | Visuals from Jamnagar where a Jaguar fighter aircraft crashed
As per Prem Sukh Delu, SP Jamnagar, there were two pilots in the (Jaguar) trainer aircraft of the Air Force. One has been rescued and taken to the hospital. Operations are underway to rescue the… pic.twitter.com/iwdNzgnrYe
— ANI (@ANI) April 2, 2025
ଏ ସମ୍ପର୍କରେ ଜାମନଗର ଏସପି ପ୍ରେମ ସୁଖ ଦେଲୁ କହିଛନ୍ତି, “ବାୟୁସେନା (ଜାଗୁଆର)ର ଟ୍ରେନର ବିମାନରେ ଦୁଇଜଣ ପାଇଲଟ ଥିଲେ। ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଛି, ଅନ୍ୟ ପାଇଲଟଙ୍କୁ ଉଦ୍ଧାର କରିବା ପାଇଁ ଅପରେସନ୍ ଚାଲିଛି।
ତେବେ ବାୟୁସେନାର ଉଚ୍ଚ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ଖୋଜିବା ଆରମ୍ଭ କରିଛନ୍ତି।
Comments are closed.