ନୂଆଦିଲ୍ଲୀ: ଗତ କିଛି ଦିନ ଧରି ସୁନାର ମୂଲ୍ୟରେ ବ୍ରେକ ଲଗୁନି। ଏମିତି ଲାଗୁଛି ଯେମିତି ଆଉ କିଛି ଦିନ ପରେ ଲକ୍ଷେ ଟଙ୍କା ଟପିଯିବ ସୁନା । ଦେଶର ଫ୍ୟୁଚର୍ସ ବଜାର ଏବଂ ଦିଲ୍ଲୀ ସୁନା ବଜାରରେ ଏହାର ସଙ୍କେତ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହୋଇଥିଲା। ଦେଶର ଫ୍ୟୁଚର୍ସ ବଜାରରେ ସୁନା ମୂଲ୍ୟ ୯୧, ୪୦୦ ଟଙ୍କା ଅତିକ୍ରମ କରିଛି। ଅନ୍ୟପକ୍ଷରେ, ଦେଶର ରାଜଧାନୀ ଦିଲ୍ଲୀରେ ସୁନା ମୂଲ୍ୟ ୯୪ ହଜାର ଟଙ୍କା ସ୍ତର ଅତିକ୍ରମ କରିଛି। ଉଭୟ ସ୍ଥାନରେ ସୁନା ମୂଲ୍ୟ ରେକର୍ଡ ସ୍ତରରେ ଅଛି। ତେବେ ସବୁଠାରୁ ବଡ଼ କଥା ହେଉଛି ଯେ ଏପରି ସୁନାର ଅହେତୁକ ବୃଦ୍ଧିର ବିପରୀତରେ ଏକ ଭବିଷ୍ୟବାଣୀ ସାମ୍ନାକୁ ଆସିଛି । ଯାହା ସୁନା ବଜାରରେ ନୂଆ ଆଲୋଚନାର ବିଷୟ ପାଲଟିଛି।
ଆମେରିକାର ପ୍ରଖ୍ୟାତ ଆର୍ଥିକ ବିଶ୍ଳେଷଣ ସଂସ୍ଥା ମର୍ଣ୍ଣିଂଷ୍ଟାରର ରଣନୀତିଜ୍ଞ ଜନ୍ ମିଲ୍ସ ଦାବି କରିଛନ୍ତି ଯେ ସୁନାର ମୂଲ୍ୟ ଖୁବ ଶୀଘ୍ର ତଳକୁ ଖସିବ ଏବଂ ଏହାର ଦର ୪୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇ ପ୍ରତି ୧୦ ଗ୍ରାମ ପିଛା ୫୫ ହଜାର ଟଙ୍କା ହୋଇଯିବ। ଏହି ଆକଳନ ଅନୁଯାୟୀ, ବିଶ୍ୱ ବଜାରରେ ସୁନାର ମୂଲ୍ୟ $3,080 ପ୍ରତି ଆଉନ୍ସରୁ $1,820 ପ୍ରତି ଆଉନ୍ସକୁ ହ୍ରାସ ପାଇବ। ଏହାର କାରଣ ହେଲା ଆମେରିକୀୟ ଅର୍ଥନୀତିରେ ସ୍ଥିରତା, ଡଲାରର ମୂଲ୍ୟରେ ସମ୍ଭାବ୍ୟ ବୃଦ୍ଧି ଏବଂ ବିଶ୍ୱସ୍ତରୀୟ ଅର୍ଥନୈତିକ ଅନିଶ୍ଚିତତାରେ କମି ଆସିବାକୁ ଦର୍ଶାଇଛନ୍ତି।
ଚଳିତ ବର୍ଷ ସୁନା ମୂଲ୍ୟରେ ପ୍ରାୟ ୨୦ ପ୍ରତିଶତ ବୃଦ୍ଧି ଘଟିଛି। ତାହା ସ୍ପଟ୍ ମାର୍କେଟ୍ ହେଉ କିମ୍ବା ଫ୍ୟୁଚର୍ସ ମାର୍କେଟ୍।
ନିବେଶକମାନଙ୍କୁ ଟଙ୍କା ରୋଜଗାର କରିବାରେ ସୁନା କୌଣସି କସରତ ଛାଡ଼ି ନାହିଁ। ତଥାପି, ଗ୍ରାହକଙ୍କ ଉପରେ ଚାପ ଏବେ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଛି। ତଥାପି, ଜଣେ ଆମେରିକୀୟ ବିଶ୍ଳେଷକ ତୀବ୍ର ହ୍ରାସର ପୂର୍ବାନୁମାନ କରିଛନ୍ତି। ଆମେରିକାର ମର୍ଣ୍ଣିଂଷ୍ଟାରର ବିଶ୍ଳେଷକମାନେ ଆଗାମୀ କିଛି ବର୍ଷ ମଧ୍ୟରେ ୩୮ ପ୍ରତିଶତ ହ୍ରାସ ପାଇବାର ପୂର୍ବାନୁମାନ କରିଛନ୍ତି।
Comments are closed.