ବେଙ୍ଗାଲୁରୁ: କନ୍ନଡ ଅଭିନେତ୍ରୀ ରାନ୍ୟା ରାଓ ଏକ ହାଇପ୍ରୋଫାଇଲ୍ ସୁନା ଚୋରା ଚାଲାଣ ମାମଲାରେ ଗିରଫ ହେବା ପରେ ଏବେ ବି ଚର୍ଚ୍ଚାରେ ଅଛନ୍ତି। ଏହି ବିବାଦ ମଧ୍ୟରେ, ତାଙ୍କ ସ୍ୱାମୀ ଜତିନ ହୁକ୍କେରୀ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଜତିନ ନିଜର ଦୁଃଖ ପ୍ରକାଶ କରି କହିଛନ୍ତି, “ଆମେ ବିବାହ କରିବା ଦିନଠାରୁ ମୁଁ ଯନ୍ତ୍ରଣା ଏବଂ କଷ୍ଟ ସହି ଆସୁଛି। ଆଜି, ମୁଁ ଛାଡପତ୍ର ପାଇଁ ଆବେଦନ କରିବାର ନିଷ୍ପତ୍ତି ନେଇଛି।”
ଏହି ଖବର ଶୁଣିବା ପରେ ବିଦେଶରୁ ସୁନା ଚୋରା ଚାଲାଣ ମାମଲାରେ ଫସିଥିବା କନ୍ନଡ଼ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ବଡ଼ ଝଟକା ଲାଗିଛି। ଜତିନ କହିଛନ୍ତି, ବିବାହ ପରଠାରୁ ମୁଁ ଅତ୍ୟନ୍ତ ମାନସିକ ଚାପ ଓ ଯନ୍ତ୍ରଣା ଦେଇ ଗତି କରୁଛି । ସଦ୍ୟ ଘଟଣାରେ ବି ଗଭୀର ମାନସିକ ଆଘାତ ପାଇଛି। ତେଣୁ ରାନ୍ୟାଙ୍କଠାରୁ ଅଲଗା ହେବା ପାଇଁ ମୁଁ ନିଷ୍ପତ୍ତି ନେଇଛି। ତେବେ ସୁନା ଚୋରା ଚାଲାଣ ମାମଲାରେ ରାନ୍ୟା ରାଓଙ୍କ ସ୍ୱାମୀଙ୍କ ଉପରେ ମଧ୍ୟ ତଦନ୍ତ ବଢ଼ିଛି।
ପୋଲିସ ମୁତାବକ, ଜତିନ ଅଧିକାଂଶ ସମୟରେ ରାନ୍ୟାଙ୍କ ସହ ଦୁବାଇ ଯାଉଥିଲେ। ଦୁବାଇରୁ ହିଁ ରାନ୍ୟା ବେଆଇନ ଭାବେ ସୁନା ଭାରତ ଆଣୁଥିଲେ। ଉଲ୍ଲେଖଯୋଗ୍ୟ, ୪ ମାସ ତଳେ ଜତିନ ଓ ରାନ୍ୟାଙ୍କ ବିବାହ ହୋଇଥିଲା । ଏହାପରେ ଉଭୟ ବେଙ୍ଗାଲୁରୁର ଅପ୍ସ୍କେଲ ଲାଭେଲ ରୋଡସ୍ଥିତ ଏକ ହାଇଏଣ୍ଡ ଆପାର୍ଟମେଣ୍ଟରେ ରହିବାକୁ ଲାଗିଥିଲେ । ଜତିନ ପେସାରେ ସ୍ଥପତି ।
Comments are closed.