Latest Odisha News

BREAKING NEWS

ChatGPT ତିଆରି କରୁଛି ଫେକ୍ ଆଧାର ଓ ପାନ କାର୍ଡ! 

ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପ୍ରାୟ ସମସ୍ତ କ୍ଷେତ୍ରରେ ନିଜର ଏକ ଅଲଗା ପରିଚୟ ତିଆରି କରିଥିବା ବେଳେ ଏହାକୁ ନେଇ ନୂତନ ତଥ୍ୟ ଜଣାପଡିଛି। ଯାହାକି ବିପଦର କାରଣ ହୋଇପାରେ।

AI ପାଖରେ ଚାଟବଟ୍ ସାହାଯ୍ୟରେ ଟେକ୍ସଟ୍ ଜେନେରେଟ କରିବା ସହ ଫଟୋ ମଧ୍ୟ ଜେନେରେଟ କରିବାର କ୍ଷମତା ରହିଛି। ଏଥିସହିତ ଏହା ସାମ୍ନା ବ୍ୟକ୍ତିର ଇଚ୍ଛା ଅନୁସାରେ ଯେକୌଣସି ଭିଡିଓ ମଧ୍ୟ ତିଆରି କରିପାରିବ। ତେବେ ଚିନ୍ତାର ବିଷୟ ହେଉଛି ଏଥିରେ ବର୍ତ୍ତମାନ ନକଲି ଆଧାର, ପାନ୍ କାର୍ଡ ଏବଂ ପରିଚୟପତ୍ର ମଧ୍ୟ ତିଆରି କରାଯାଇପାରିବ।

ବର୍ତ୍ତମାନର ଡିଜିଟାଲ୍ ଯୁଗରେ ସବୁ କିଛି ଦ୍ରୁତ ଗତିରେ ବିକଶିତ ହେବା ସହ ଟେକ୍ନୋଲୋଜି ଦ୍ୱାରା ଆମ ମାନଙ୍କ ଜୀବନ ପୂର୍ବ ଅପେକ୍ଷା ବହୁତ ସହଜ ହୋଇଯାଇଛି । ତେବେ AI ଉପକରଣ ChatGPT ସାଧାରଣତଃ ସୂଚନା ପ୍ରଦାନ କରିବା ଏବଂ କଣ୍ଟେଣ୍ଟ ତିଆରି କରିବା ପାଇଁ ବ୍ୟବହୃତ ହୋଇଥାଏ କିନ୍ତୁ ଏବେ ଏହାକୁ ସାଇବର ଠକେଇ ପାଇଁ ମଧ୍ୟ ବ୍ୟବହାର କରାଗଲାଣି।

ChatGPT ଖାସକରି ଇମେଜ ଜେନେରେସନ ଫିଚର ପାଇଁ ବ୍ୟବହାର ହୋଇଥାଏ କିନ୍ତୁ ଠକମାନେ ବର୍ତ୍ତମାନ ଏହା ଦ୍ୱାରା ଆଧାର କାର୍ଡ ଏବଂ ପାନ କାର୍ଡ ଭଳି ନକଲି ପରିଚୟ ପତ୍ର ମଧ୍ୟ ତିଆରି କରୁଛନ୍ତି। ଯାହାଦ୍ୱାରା ସାଧାରଣ ଲୋକ ମାନେ ସହଜରେ ଠକେଇର ଶିକାର ହୋଇପାରିବେ।

ଅର୍ଥାତ AI ସାହାଯ୍ୟରେ ଯେକୌଣସି ବ୍ୟକ୍ତିର ନାମ, ଠିକଣା ଏବଂ ଫଟୋ ବ୍ୟବହାର କରି ନକଲି ଆଧାର କାର୍ଡ କିମ୍ବା ପାନ କାର୍ଡ ତିଆରି କରାଯାଇପାରିବ। ଯାହାଦ୍ୱାରା ଉକ୍ତ ବ୍ୟକ୍ତିଙ୍କ ନାମରେ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲି ନକଲି ଋଣ ପାଇଁ ଆବେଦନ କରିପାରିବା ସହ ମୋବାଇଲ୍ ସିମ୍ କାର୍ଡ ମଧ୍ୟ ପାଇହେବ।

ଏହି ନକଲି ପରିଚୟପତ୍ର ଦ୍ୱାରା ଯେକୌଣସି ବ୍ୟକ୍ତିଙ୍କ ନାମରେ ଯେକୌଣସି ଅପରାଧ କରାଯାଇପାରେ। ଯାହାଫଳରେ ନିରୀହ ଲୋକମାନେ ଫସିବାସହ ଏହା ଆଇନ ପାଇଁ ମଧ୍ୟ ଏକ ବଡ଼ ଚ୍ୟାଲେଞ୍ଜ ହୋଇଯିବ। ତେବେ ଏହା ଦ୍ୱାରା ଆଧାର ଏବଂ ପ୍ୟାନ୍ କାର୍ଡ ଭଳି ଡକ୍ୟୁମେଣ୍ଟଗୁଡ଼ିକର ବିଶ୍ୱସନୀୟତା ଉପରେ ମଧ୍ୟ ସନ୍ଦେହ ସୃଷ୍ଟି ହେଉଛି।

 

Comments are closed.