Latest Odisha News

BREAKING NEWS

ଦ୍ବିତୀୟ ଥର ପାଇଁ ପ୍ରଶିକ୍ଷଣ ନେବେ ବିଜେପି ସାଂସଦ ଓ ବିଧାୟକ

ଭୁବନେଶ୍ବର: ରାଜ୍ୟରେ ଦ୍ବିତୀୟ ଥର ପାଇଁ ସାଂସଦ ଓ ବିଧାୟକଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଆୟୋଜନ ହେବାକୁ ଯାଉଛି । ଆସନ୍ତା ୧୨ ଓ ୧୩ ତାରିଖରେ ପୁରୀ ମେରାଇନ୍ ଡ୍ରାଇଭ୍ ରୋଡ୍‌ ରେ ଏହି ପ୍ରଶିକ୍ଷଣ ଶିବିର ଆୟୋଜିତ ହେବ । ଏହି ପ୍ରଶିକ୍ଷଣ ଶିବିରକୁ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଉଦ୍‌ଘାଟନ କରିବେ ।

କାର୍ଯ୍ୟକ୍ରମରେ ରାଜ୍ୟର ୨୦ଜଣ ଲୋକସଭା ସାଂସଦ, ୭୮ଜଣ ବିଜେପି ବିଧାୟକ, ୩ଜଣ ସ୍ବାଧୀନ ବିଧାୟକ, ଦଳର ରାଜ୍ୟ ସଭାପତିଙ୍କ ଠାରୁ ଆରମ୍ଭ କରି ସାଧାରଣ ସମ୍ପାଦକ (ସଂଗଠନ) ଏବଂ ସମସ୍ତ ପଦାଧିକାରୀମାନଙ୍କୁ ତାଲିମ ଦିଆଯିବ ।

ପ୍ରତିବର୍ଷ ପରି ଚଳିତଥର ମଧ୍ୟ ଏହି ପ୍ରଶିକ୍ଷଣ ଶିବିର ଆୟୋଜନ ହେଉଛି । ବର୍ତ୍ତମାନ ରାଜ୍ୟରେ ବିଜେପି ସରକାର ଥିବାରୁ ଏହି ଶିବିରର ଗୁରୁତ୍ବ ବଢ଼ିଥିବା ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି । ସାଂସଦ ଓ ବିଧାୟକମାନେ କିପରି ସରକାର ଓ ସଂଗଠନ ମଧ୍ୟରେ ସମନ୍ବୟ ରଖି କାର୍ଯ୍ୟ କରିବେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବେ ସେନେଇ ତାଲିମ ଦିଆଯିବ ।

Comments are closed.