Latest Odisha News

BREAKING NEWS

ଏହି କମ୍ପାନୀରେ ଇଣ୍ଟନସିପ କଲେ ମିଳେ ୧ ଲକ୍ଷ: ଜାଣନ୍ତୁ କେମିତି କରିବେ ଆପ୍ଲାଏ…..

ନୂଆଦିଲ୍ଲୀ: ଦୁନିଆର ଅନ୍ୟତମ ପ୍ରତିଷ୍ଠିତ କମ୍ପାନୀ ହେଉଛି ଗୁଗୁଲ  । ଗୁଗୁଲରେ ଚାକିରୀ କରିବା ପାଇଁ ବୋଧେ ସମସ୍ତଙ୍କ ସ୍ବପ୍ନ ଥାଏ । ସେଠିକା ଦରମା ତା ସାଙ୍ଗକୁ ଅଫିସର ପରିବେଶ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ହେଲେ ଗୁଗୁଲରେ ଚାକିରି କିମ୍ବା ଇଣ୍ଟର୍ନସିପ୍ ପାଇବା ସହଜ ନୁହେଁ । ଏଥିପାଇଁ ଏକ କଠୋର ଚୟନ ପ୍ରକ୍ରିୟା, କଠୋର ବୈଷୟିକ ସାକ୍ଷାତକାର ଏବଂ ଏକ ଉଚ୍ଚ ସ୍ତରର ଯୋଗ୍ୟତା ଆବଶ୍ୟକ । କିନ୍ତୁ କ’ଣ ଆପଣ ଜାଣନ୍ତି ଏଠି ଇଣ୍ଟନସିପ କରିବା ବି ମହଙ୍ଗା । ଗୁଗୁଲରେ ଇଣ୍ଟନସିପ କରୁଥିବା ବ୍ୟକ୍ତିଟି ବି ୧ ଲକ୍ଷ ପର୍ଯ୍ୟନ୍ତ ଦରମା ପାଇଥାଏ । ତାହେଲେ ଆସନ୍ତୁ ଜାଣିବା କେମିତି କରିବେ ଗୁଗୁଲ ଇଣ୍ଟନସିପ ପାଇଁ ଆପ୍ଲାଏ?

ପ୍ରଥମେ ଗୁଗୁଲ କ୍ୟାରିୟର ୱେବସାଇଟକୁ ଯାଇ ଆପଣଙ୍କ ଯୋଗ୍ୟତା ଅନୁଯାୟୀ ପୋଷ୍ଟ ଚୟନ କରନ୍ତୁ ।  ଏହାର କିଛି ସମୟ ପରେ ଅନଲାଇନ୍ ଆସେସମେଣ୍ଟ ପାଇଁ ଏକ ନିମନ୍ତ୍ରଣ ଆସିବ । ଯେଉଁଥିରେ ଦୁଇଟି ଡିଏସଏ (ଡାଟା ଗଠନ ଏବଂ ଆଲଗୋରିଦମ) ସମ୍ବନ୍ଧୀୟ ପ୍ରଶ୍ନର ସମାଧାନ କରିବାକୁ ପଡିବ । ଏହି ରାଉଣ୍ଡ ପାସ୍ କଲା ପରେ ଗୁଗୁଲ ଆପଣଙ୍କୁ ଟେକନିକାଲ ସାକ୍ଷାତକାର ପାଇଁ ଡାକିବ । ଏହି ସାକ୍ଷାତକାରରେ ଦୁଇଟି ରାଉଣ୍ଡର ରହିବ । ପ୍ରତ୍ୟେକ ରାଉଣ୍ଡ ୪୫ ମିନିଟ୍ ରହିବ । ପ୍ରତ୍ୟେକ ରାଉଣ୍ଡରେ ସମସ୍ୟା ଦିଆଯିବ, ଯାହାକୁ ସମାଧାନ କରିବାକୁ ପଡିବ ।

ଟେକିନାଲ ସାକ୍ଷାତକାର ପାସ୍ କରିବା ପରେ ଦଳ କିମ୍ବା ହୋଷ୍ଟ ମ୍ୟାଚ୍ ରାଉଣ୍ଡ ପାଇଁ ସର୍ଟଲିଷ୍ଟ କରାଯାଇଥାଏ । ଏହାକୁ ହୋଷ୍ଟ ମିଟିଙ୍ଗ ପ୍ରକ୍ରିୟା ବି କୁହାଯାଏ । ଏହି ରାଉଣ୍ଡରେ, ଗୁଗୁଲ୍ ଦଳଗୁଡିକ ଇଏମଇଏ ଅଞ୍ଚଳ (ୟୁରୋପ, ମଧ୍ୟ ପୂର୍ବ, ଆଫ୍ରିକା) ର ପ୍ରୋଫାଇଲ୍ ଦେଖନ୍ତି ଏବଂ ଯଦି ଜଣେ ହୋଷ୍ଟ କୋୗଣସି ପ୍ରାର୍ଥୀ ପାଇଁ ଆଗ୍ରହୀ, ତେବେ ଏକ ଓ୍ବାନ ଟୁ ଓ୍ବାନ ସାକ୍ଷାତକାର ଧାର୍ଯ୍ୟ କରାଯାଇଥାଏ  । ଏହାପରେ ଗୁଗୁଲ୍ ବିଜ୍ଞାପନ ଦଳ ଉକ୍ତି ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିଥାଏ । ଇଣ୍ଟରଭ୍ୟୁରେ ଶିକ୍ଷା, ପୃଷ୍ଠଭୂମି, ଟେକିନିକାଲ ଶିକ୍ଷା ଦକ୍ଷତା ଏବଂ ଅଭିଜ୍ଞତା ଉପରେ ଆଲୋଚନା କରାଯାଇଥାଏ ।

ଏହାପରେ ଆପଣଙ୍କୁ ପଠାଇଦିଆଯାଇଥାଏ । ଏହା ପରେ ଯଦି ଆପଣଙ୍କୁ ଅଫର ଲେଟର ଆସେ ତେବେ ଜାଣିବେ ଆପଣ ଇଣ୍ଟନସିପ୍ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଯାହାର ପ୍ୟାକେଜ୍ ପ୍ରାୟ ମାସିକ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ରହିଥାଏ ।

Comments are closed.