ଶ୍ରୀନଗର: ଜମ୍ମୁ କାଶ୍ମୀରରେ ୧୧ଦିନ ମଧ୍ୟରେ (୨୪ ମାର୍ଚ୍ଚରୁ ୩ ଏପ୍ରିଲ ୨୦୨୫ ମଧ୍ୟରେ) ୯୪ରୁ ଅଧିକ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟଣା ରେକର୍ଡ କରାଯାଇଛି, ଯାହା ପରିବେଶ ସୁରକ୍ଷାକୁ ନେଇ ଚିନ୍ତାରେ ପକେଇଛି ।
ଅତି କମରେ ପନ୍ଦରଟି ଜିଲ୍ଲାରେ ଅଗ୍ନିକାଣ୍ଡ ଘଟିଛି । ୨ଏପ୍ରିଲରେ ଗୋଟିଏ ଦିନରେ ସର୍ବାଧିକ ୩୫ଟି ଘଟଣା ରେକର୍ଡ ହୋଇଥିବାବେଳେ ୩ ଏପ୍ରିଲରେ ୧୮ ଟି ଘଟଣା ରେକର୍ଡ କରାଯାଇଥିଲା।
ଜିଲ୍ଲା ମଧ୍ୟରେ ଅନନ୍ତନାଗ ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲା, ଯେଉଁଠାରେ ପ୍ରାୟ ପ୍ରତିଦିନ ଅଗ୍ନିକାଣ୍ଡ ଘଟୁଛି । ଏହାଛଡା ପୁଲଓ୍ବାମା, ବଡଗାମ, ଗନ୍ଦେରବଲ ଓ ବାନ୍ଦିପୋରାରେ ମଧ୍ୟ କ୍ରମାଗତ ଭାବେ ଜଙ୍ଗଲରେ ନିଆଁ ଲାଗିଥିବାର ଖବର ସାମ୍ନାକୁ ଆସୁଛି।
ଜମ୍ମୁ କାଶ୍ମୀର ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (JKSDMA) ଦୁଇଟି ସକ୍ରିୟ ଜଙ୍ଗଲ ଅଗ୍ନି ସତର୍କ ସୂଚନା ଜାରି କରିଛି। ପୁରମଣ୍ଡଳ ଏବଂ କଠୁଆ ନିକଟରେ “ଭୀଷଣ ଜଙ୍ଗଲ ଅଗ୍ନି ବିପଦ” ବିଷୟରେ ଚେତାବନୀ ଦିଆଯାଇଛି । ଏପ୍ରିଲ ୧୦ ସୁଦ୍ଧା ନିଆଁ ଲାଗିବାର ଅନୁମାନ କରାଯାଇଛି ।
“ଭୀଷଣ ଅଗ୍ନି ବିପଦ”ର ଅନ୍ୟ ଏକ ସତର୍କ ସୂଚନା ରାଜୱାଲତା, କାଲାକୋଟ, ସାମ୍ବା, କଠୁଆ ଏବଂ ଲଖନପୁର ଚାରିପାଖ ଅଞ୍ଚଳକୁ ମିଳିଛି । ଆଲର୍ଟରେ କୁହାଯାଇଛି ଯେ, ସହାୟତା ପାଇଁ ଲୋକମାନେ ଜରୁରୀକାଳୀନ ନମ୍ବର 112 ଡାଏଲ କରିପାରିବେ।
Comments are closed.