ଭୁବନେଶ୍ବର: ପାରମିତା ଶତପଥୀ ତ୍ରୀପାଠି ବୁଧବାର ଓଡ଼ିଶା ଆୟକର ବିଭାଗର ପ୍ରମୁଖ ମୁଖ୍ୟ କମିଶନର (ଆଇ-ଟି) ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୯୮୯ ବ୍ୟାଚ୍ ଭାରତୀୟ ରାଜସ୍ୱ ସେବା (ଆଇଆରଏସ) ଅଧିକାରୀ ହେଉଛନ୍ତି ପାରମିତା । ସେ ମନୋରଞ୍ଜନ ପାଣିଗ୍ରାହିଙ୍କ ସ୍ଥାନରେ ନିଯୁକ୍ତ ହୋଇଛନ୍ତି ।
ମାର୍ଚ୍ଚ ମାସରେ ଆୟକର ବିଭାଗର ପ୍ରମୁଖ ମୁଖ୍ୟ କମିଶନର ପଦବୀରେ ତାଲିକାଭୁକ୍ତ ୩୪ ଜଣ ଭାରତୀୟ ରାଜସ୍ୱ ସେବା (ଆଇଆରଏସ) ଅଧିକାରୀଙ୍କ ମଧ୍ୟରେ ପାରମିତା ଥିଲେ । ସେ ଓଡ଼ିଶାରେ ଆୟକର ବିଭାଗରେ ବିଭିନ୍ନ ପଦବୀରେ କାର୍ଯ୍ୟ କରିଛନ୍ତି । ସେ ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ ଲିମିଟେଡ (ଓପିଜିସି)ରେ ଅର୍ଥ ନିର୍ଦ୍ଦେଶକ ଭାବରେ ମଧ୍ୟ ୬ ବର୍ଷ କାର୍ଯ୍ୟ କରିଥିଲେ ।
ଜଣେ ପ୍ରସିଦ୍ଧ ଲେଖିକା, ପାରମିତାଙ୍କୁ ତାଙ୍କର କ୍ଷୁଦ୍ରଗଳ୍ପ ସଂଗ୍ରହ ‘ପ୍ରାପ୍ତି’ ପାଇଁ ୨୦୧୬ରେ ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା, ଯାହା ୨୦୧୨ରେ ପ୍ରକାଶିତ ହୋଇଥିଲା । ସେ ତାଙ୍କର ସାହିତ୍ୟିକ କୃତି ପାଇଁ ୨୦୨୧ରେ ସରଳା ପୁରସ୍କାର ମଧ୍ୟ ପାଇଥିଲେ । ସେ ୭ଟି କ୍ଷୁଦ୍ରଗଳ୍ପ ସଂଗ୍ରହ ଲେଖିଛନ୍ତି ।
Comments are closed.