ଭୁବନେଶ୍ବର: ଇଷ୍ଟକୋଷ୍ଟ ରେଳ ବିଭାଗର ସବୁଠାରୁ ବଡ ଟନେଲର ଫିଟିଛି ବାଟ । ବୁଧବାର ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ପ୍ରକଳ୍ପର ବୌଦ୍ଧ ଜିଲ୍ଲା ଆଡେଣୀଗଡ ଠାରେ ନିର୍ମାଣଧୀନ ୪ କିମି ୧୮୫ ମିଟର ଦୁରତା ବିଶିଷ୍ଟ ସବୁଠାରୁ ବଡ ଟନେଲ ର ହୋଇଛି ବ୍ରେକ ଥ୍ରୋ ।
ଇଷ୍ଟକୋଷ୍ଟ ରେଳ ବିଭାଗର ଜେନେରାଲ ମ୍ୟାନେଜର, ଚିଫ୍ ଇଞ୍ଜିନିୟର, ସିଇଓ, ଡେପୁଟି ଚିଫ ଇଞ୍ଜିନିୟର ଏବଂ ଟନେଲ୍ କାମ ହାତକୁ ନେଇଥିବା ଜିଆଇଆରଏଲ୍ ନାମକ ଠିକା ସଂସ୍ଥାର ଭାଇସ୍ ଚ୍ୟାରପରସନ ଆର.କେ ଖଲିଙ୍କ ସମେତ ବହୁ ଅଧିକାରୀଙ୍କ ଉପସ୍ଥିରେ ବ୍ରେକଥ୍ରୋ କରାଯାଇଛି ।
ଓଡିଶାର ସବୁଠାରୁ ବଡ ଟନେଲ ଦେଇ ପୁର୍ବ ଓଡିଶା ସହିତ ପଶ୍ଚିମ ଓଡିଶାକୁ ସଂଯୋଗ କରିବ ଖୋର୍ଦ୍ଧା ବଲାଙ୍ଗିର ରେଳ ପ୍ରକଳ୍ପ ।
ନିର୍ମାଣ ଆରମ୍ଭ ଦିନଠାରୁ ଟନେଲ ଖୋଲିବା ପର୍ଯ୍ୟନ୍ତ କୌଣସି ଅଘଟଣ ଘଟି ନଥିବାବେଳେ ଅତି ଯତ୍ନର ସହିତ ସମସ୍ତ ଅଧିକାରୀ ଓ କର୍ମଚାରୀ ଦିନରାତିକୁ ଏକ କରି କାମ କରୁଥିଲେ । ପ୍ରାୟ ଭୂମି ଠାରୁ ୮୦ ମିଟର ତଳେ ଯାଇଥିବା ଏହି ଟନେଲର ଉଭୟ ପାଶ୍ୱର୍ରୁ ବାଟ ଫିଟିବା ପରେ ଟନେଲ କାମ ଏକ ପ୍ରକାର ୫୦ ପ୍ରତିଶତ ସରିଥିବା କୁହାଯାଉଛି ।
Comments are closed.