ଭୁବନେଶ୍ବର:ଗଜକେଶରୀ ଯୋଗ ଜ୍ୟୋତିଷ ଶାସ୍ତ୍ରରେ ଏପରି ଏକ ରାଜଯୋଗ, ଯାହାର ଅର୍ଥ ହାତୀ ଉପରେ ସିଂହ ବସିବା। ଏହି ଯୋଗକୁ ବହୁତ ଶୁଭ ଏବଂ ଭଲ କୁହାଯାଏ, କାରଣ ଏହି ଯୋଗ ସେତେବେଳେ ସୃଷ୍ଟି ହୁଏ ଯେତେବେଳେ ବୃହସ୍ପତି ଏବଂ ଚନ୍ଦ୍ରଙ୍କର ଏକ ବିଶେଷ ସ୍ଥିତି ସୃଷ୍ଟି ହୁଏ। ଚନ୍ଦ୍ର ୨୯ ଏପ୍ରିଲ ୨୦୨୫ରେ ବୃଷ ରାଶିରେ ପ୍ରବେଶ କରିବେ। ବୃଷ ରାଶିରେ ଚନ୍ଦ୍ରଙ୍କ ପ୍ରବେଶ ସହିତ, ଏଠାରେ ପୂର୍ବରୁ ଉପସ୍ଥିତ ଦେବଗୁରୁ ବୃହସ୍ପତିଙ୍କ ସହିତ ଏକ ସଂଯୋଗ ସୃଷ୍ଟି କରିବ।
ଏହି ରାଜଯୋଗ ଯୋଗୁଁ କିଛି ରାଶି ଉପରେ ବିଶଷ ପ୍ରଭାବ ପଡିବ । ଏହି ଗଜକେଶରୀ ଯୋଗ ମନକୁ ଶାନ୍ତି ଦିଏ, ଚିନ୍ତା ଶକ୍ତି ବୃଦ୍ଧି କରେ ଏବଂ ଲୋକଙ୍କ ମଧ୍ୟରେ ନେତୃତ୍ୱ ଗୁଣ ବିକଶିତ କରେ। ଏହି ଯୋଗ ଆପଣଙ୍କର ସକାରାତ୍ମକ ଶକ୍ତିକୁ ସକ୍ରିୟ କରିଥାଏ ।
ତେବେ ଆସନ୍ତୁ ଜାଣିବା କେଉଁ ରାଶି ଉପରେ ବିଶେଷ ପ୍ରଭାବ ପଡିବ..
ମକର ରାଶି -ଏହି ରାଶିର ଲୋକଙ୍କ ପାଇଁ କ୍ୟାରିୟର, ଟଙ୍କା ଏବଂ ଭବିଷ୍ୟତ ଯୋଜନା ଦୃଷ୍ଟିରୁ ବହୁତ ଭଲ ରହିବ। ଆପଣଙ୍କ କାମର ମୂଲ୍ୟ ବୃଦ୍ଧି ପାଇବ । ଆପଣଙ୍କ କଥାକୁ ଗମ୍ଭୀରତାର ସହ ନେବେ ଏବଂ ଆପଣଙ୍କୁ ନୂତନ ଦାୟିତ୍ୱ ମିଳିବ। ନିଜ ବ୍ୟବସାୟ କିମ୍ବା ନିବେଶରେ କିଛି ବଡ଼ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ଭଲ ସୁଯୋଗ ମିଳିବ। ସନ୍ତାନ ସନ୍ତତିଙ୍କ ସହ ଜଡିତ କିଛି ଭଲ ଖବର ମିଳଇପାରେ । ପାରିବାରିକ ସୁଖ ବୃଦ୍ଧି ହେବ ।
ବୃଷ ରାଶି -ବୃଷ ରାଶିର ବ୍ୟକ୍ତିଙ୍କୁ ଏହି ଯୋଗ ଦ୍ୱାରା ବହୁତ ଲାଭ ମିଳିବ। ବ୍ୟକ୍ତିତ୍ୱ ଏବଂ ଚିନ୍ତାଧାରାରେ ସକାରାତ୍ମକ ପରିବର୍ତ୍ତନ ଆସିବ। ବହୁତ ଦିନ ଧରି କୌଣସି ବିଷୟରେ ନିଷ୍ପତ୍ତି ନେଇପାରୁ ନଥିଲେ, ତେବେ ଏବେ ସ୍ପଷ୍ଟ ନିଷ୍ପତ୍ତି ନେବେ । ପରିବାରରେ ପ୍ରେମ ଏବଂ ସମର୍ଥନ ପାଇବେ। କୌଣସି ନୂତନ ପ୍ରକଳ୍ପ କିମ୍ବା କାମ ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ଏହା ଏକ ବହୁତ ଭଲ ସମୟ ରହିବ ବୃଷ ରାଶିଙ୍କ ବ୍ୟକ୍ତିଙ୍କ ପାଇଁ ।
କନ୍ୟା ରାଶି- ଏହି ଯୋଗ ଦ୍ବାରା ସୃଜନଶୀଳତା ବୃଦ୍ଧି ହେବ । ଅଧ୍ୟୟନରେ ମନ ଲାଗିବ ଏବଂ ପ୍ରେମ ଜୀବନ ସୁନ୍ଦର ରହିବ। ପରୀକ୍ଷା, ସାକ୍ଷାତକାର କିମ୍ବା କୌଣସି ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେଉଥିଲେ ଏହି ସମୟ ବହୁତ ଅନୁକୂଳ ହେବ। ଯଦି ଆପଣ କିଛି ନୂଆ ଶିଖିବାକୁ ଚାହୁଁଛନ୍ତି କିମ୍ବା ଏକ ସୃଜନଶୀଳ ପ୍ରକଳ୍ପ ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ଏହା ଉପଯୁକ୍ତ ସମୟ।
Comments are closed.