ଭୁବନେଶ୍ବର: ଚଣାକୁ ଯେକୌଣସି ପ୍ରକାରରେ ଗଜା କରିକି କିମ୍ବା ଭାଜିକି ଖାଇହେବ। କିନ୍ତୁ, ଲୋକଙ୍କ ମନରେ ଏହି ପ୍ରଶ୍ନ ପ୍ରାୟତଃ ଆସେ ଯେ ସ୍ୱାସ୍ଥ୍ୟ ପାଇଁ କ’ଣ ଅଧିକ ଲାଭଦାୟକ, ଭଜା ନା ଭିଜା ହୋଇଥିବା ଚଣା? ଡାକ୍ତରଙ୍କ ଅନୁସାରେ, ଭଜା ଏବଂ ଭିଜା ଚଣା ଉଭୟର ନିଜସ୍ୱ ଲାଭ ଅଛି। ଭଜା ଚଣା ଏକ ସ୍ନାକ୍ସ ,ଅନ୍ୟପଟେ ଭିଜା ଚଣା ସହଜରେ ହଜମ ହେଉଥିବାରୁ ଏହାକୁ ଖାଦ୍ୟରେ ସାମିଲ କରି ପାରିବା । ଏହା ବ୍ୟତୀତ ଆହୁରି ଅନେକ ଲାଭ ଅଛି।
ଚଣାକୁ ଭିଜାଇ ରଖିବା ଦ୍ୱାରା ପୋଷକତତ୍ତ୍ୱ ବୃଦ୍ଧି ପାଏ, ଯାହା ଫଳରେ ଏହା ପ୍ରୋଟିନ, ଫାଇବର, ଭିଟାମିନ ଏବଂ ଖଣିଜ ପଦାର୍ଥରେ ଭରପୂର ହୋଇଥାଏ। ଭିଜେଇ କି ଚଣା ଖାଇବା ଦ୍ଵାରା ପାଚନ ଶକ୍ତି ଉନ୍ନତ ହୁଏ ଏବଂ ଗ୍ୟାସ୍ ସମ୍ବନ୍ଧୀୟ ସମସ୍ୟା ଦୂର ହେବାକୁ ଲାଗିଥାଏ । ଭିଜା ଚଣାରେ ପ୍ରୋଟିନ ଏବଂ ଫାଇବର ପରିମାଣ ଅଧିକ ଥିବାରୁ ଏହା ଓଜନ ନିୟନ୍ତ୍ରଣରେ ସାହାଯ୍ୟ କରେ।
ଭିଜା ଚଣା ମ୍ୟାଗ୍ନେସିୟମ୍ ଏବଂ ପୋଟାସିୟମ୍ ଭଳି ଖଣିଜ ପଦାର୍ଥର ଏକ ଭଲ ଉତ୍ସ, ଯାହା କୋଲେଷ୍ଟ୍ରଲ୍ ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରିପାରେ। ଭିଜା ଚଣା ଆଣ୍ଟିଅକ୍ସିଡାଣ୍ଟରେ ଭରପୂର, ଯାହା ଚର୍ମକୁ ଭଲ ରଖିଥାଏ । ଏହା ସହିତ, ଭିଜା ଚଣାରେ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ଥାଏ ଯାହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ।
ଅନ୍ୟପଟେ ଭଜା ଚଣା ପ୍ରୋଟିନ, ଫାଇବର ଏବଂ ଆବଶ୍ୟକୀୟ ଭିଟାମିନରେ ଭରପୁର। ଭଜା ଚଣା ଓଜନ ନିୟନ୍ତ୍ରଣରେ ସାହାଯ୍ୟ କରେ। ଭଜା ଚଣା ମାଂସପେଶୀ ସୁଦୃଢ ଏବଂ ବୃଦ୍ଧିରେ ସାହାଯ୍ୟ କରେ, ଯାହା ମାଂସପେଶୀକୁ ସୁସ୍ଥ ରଖିଥାଏ ।
ପ୍ରୋଟିନ୍ ଏବଂ ଫାଇବର ହେତୁ ଭଜା ଚଣା ନିରନ୍ତର ଶକ୍ତି ସ୍ତର ଯୋଗାଇପାରେ। ଭଜା ଚଣା ଇନସୁଲିନ୍ ସମ୍ବେଦନଶୀଳତାକୁ ସମର୍ଥନ କରିପାରେ ଏବଂ ଟାଇପ୍ ୨ ମଧିମେହ ପରିଚାଳନାରେ ସାହାଯ୍ୟ କରିପାରେ। ଭଜା ଚଣା ହାଡ଼ର ସ୍ୱାସ୍ଥ୍ୟକୁ ଭଲ ରଖିଥାଏ ।
ମୋଟାମୋଟି ଭାବେ କହିବାକୁ ଲାଗେ ଭଜା ହେଉ ଅବା ଭିଜା ଚଣା ସ୍ବାସ୍ଥ୍ୟ ପାଇଁ ବେଶ୍ ଭଲ । ଏବେ ଏହା ଲୋକଙ୍କ ବ୍ୟକ୍ତିଗତ ପସନ୍ଦ ଉପରେ ନିର୍ଭର କରେ ଯେ ସେମାନେ କ’ଣ ଖାଇବାକୁ ଚାହାଁନ୍ତି।
Comments are closed.