Latest Odisha News

BREAKING NEWS

କିନ୍ନର ବେଶରେ ପିଲା ଚୋରି ଘଟଣା; ଶିଶୁକନ୍ୟା ଉଦ୍ଧାର, ୨ ଅପହରଣକାରୀ ଅଟକ

ଯାଜପୁର: ଯାଜପୁର ଜିଲ୍ଲା ଠାକୁରମୁଣ୍ଡା ଅଞ୍ଚଳରୁ ଶିଶୁକନ୍ୟା ଚୋରି ଘଟଣା । କିନ୍ନର ବେଶରେ ଠାକୁରମୁଣ୍ଡାରୁ ଚୋରି କରିଥିବା କିନ୍ନରକୁ ପିଲା ସହ ମାଡ଼ି ବସିଲେ ଅନ୍ୟ କିନ୍ନର ମାନେ । ଅପହରଣ ହେବାର ତିନି ଦିନ ପରେ ଆଜି ଶିଶୁ କନ୍ୟାକୁ ଯାଜପୁର ରୋଡ ଥାନା କାଚହୁଡ଼ି ସାହିରୁ ଜଣେ ଛଦ୍ମବେଶୀ କିନ୍ନର ପୁରୁଷଙ୍କ ଠାରୁ ଜବତ କରିଛନ୍ତି ଯାଜପୁର ରୋଡ କିନ୍ନର ସଂଘ ଶାନ୍ତି ସେନାର କର୍ମକର୍ତ୍ତାମାନେ ।

ଗତ ୧୭ ତାରିଖରେ ଠାକୁରମୁଣ୍ଡାରୁ ଯୁବକ ଜଣଙ୍କ ଶିଶୁକନ୍ୟାକୁ ଚୋରି କରିଥିଲା । ଏନେଇ ଶିଶି କନ୍ୟା ଟିର ମାଆ ଅଭିଯୋଗ କରିଥିଲା । ଚୋରି ସମୟର ଭିଜୁଆଲ ଠାକୁରମୁଣ୍ଡା ପୋଲିସ ସାର୍ବଜନୀନ କରିବା ସହ ମାମାଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ଅପହରଣକାରୀ ଜଣକ ପରିଚୟ ଲିପୁ ନାୟକ ବୋଲି ଜଣାପଡିଛି । ତା ସାଙ୍ଗରେ ତାର ସହଯୋଗୀକୁ ଯାଜପୁର ରୋଡ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି । ମା’ ବାସୁଳେଇ ଯାତ୍ରା ବୁଲିବାକୁ ଆସିଥିବା ବେଳେ ଚୋରି କରିନେଇଥିଲେ ଏହି ଦୁଇ ଅଭିଯୁକ୍ତ ।

Comments are closed.