ଭୁବନେଶ୍ୱର: ରୌଦ୍ରତାପରେ ଜଳୁଛି ପଶ୍ଚିମ ଓଡ଼ିଶା। ସୋମବାର ଦିନ ୨.୩୦ଟା ସୁଦ୍ଧା ଝାରସୁଗୁଡାରେ ପାରଦ ୪୪.୮° ସେଲସିୟସକୁ ବୃଦ୍ଧି ପାଇଥିଲା। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସେହିପରି ସମ୍ବଲପୁରରେ ୪୨.୬° ସେଲସିୟସ, ହୀରାକୁଦରେ ୪୧.୮° ସେଲସିୟସ ଏବଂ ରାଉରକେଲାରେ ୪୧.୨° ସେଲସିୟସ ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ପାରଦ ସ୍ତର ୩୫.୨° ସେଲସିୟସ ଛୁଇଁଛି।
ଆଗାମୀ ୩ ଦିନ ମଧ୍ୟରେ ଦିନର ତାପମାତ୍ରା ୩-୫° ସେଲସିୟସ ବୃଦ୍ଧି ପାଇବାର ସମ୍ଭାବନା ରହିଛି। “ଅନୁଗୁଳ, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, ବରଗଡ଼, କଳାହାଣ୍ଡି ଏବଂ ନୂଆପଡ଼ାରେ ସର୍ବାଧିକ ତାପମାତ୍ରା ୪୨° ସେଲସିୟସ ଉପରେ ରହିବାର ସମ୍ଭାବନା ଅଛି। ଏନେଇ ଆଇଏମଡି ପକ୍ଷରୁ ଏହାର ବୁଲେଟିନରେ ଆକଳନ କରାଯାଇଛି। ଏହାବ୍ୟତୀତ ୩-୪ ଦିନ ପରେ ଭୁବନେଶ୍ୱର ଏବଂ କଟକରେ ପାରଦ ୪୦° ସେଲସିୟସକୁ ବୃଦ୍ଧି ପାଇପାରେ।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଏପ୍ରିଲ ୨୨ରୁ ହିଟ୍ୱେଭ୍ ସତର୍କତା ଜାରି କରାଯାଇଛି। ଏପ୍ରିଲ ୨୩-୨୫ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ହୋଇପାରେ।
Comments are closed.