Latest Odisha News

BREAKING NEWS

ସ୍ତ୍ରୀକୁ ମାରି ବକ୍ସ ଖଟରେ ୨ ଦିନ ଲୁଚାଇ ରଖିଲା ସଇତାନ ସ୍ବାମୀ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ବକ୍ସଖଟରେ ଲୁଚାଇ ରଖିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ହଳଦୀ ଗାଁରେ ଘଟିଛି ।

ହତ୍ୟା ପରେ ଉକ୍ତ ବ୍ୟକ୍ତି ଜଣକ କୋଠରୀକୁ ବନ୍ଦ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ତେବେ ୨ ଦିନ ପରେ ସନ୍ଦେହ ହେବାରୁ ବାପଘର ଲୋକେ ପହଞ୍ଚିଥିଲେ। ଘର ତାଲା ଭାଙ୍ଗି ଖୋଜାଖୋଜି କରିବା ପରେ ଖଟ ଭିତରୁ ମୃତଦେହ ଉଦ୍ଧାର କରିଥିଲେ ।

ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ମୃତଦେହକୁ ସୋମବାର ପୋଲିସ ଜବତ କରି ମାମଲାର ତଦନ୍ତ ଜାରି କରିଛି ।

Comments are closed.