Latest Odisha News

BREAKING NEWS

ପହଲଗାମ୍‌ ଆତଙ୍କୀ ହମଲା ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପହଲଗାମରେ ମଙ୍ଗଳବାର ଅପରାହ୍ନରେ ଆତଙ୍କବାଦୀ ହମଲା ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ । ସାଉଦି ଆରବ ଗସ୍ତ ଅଧାରେ ଛାଡି ମଧ୍ୟରାତ୍ରିରେ ଦିଲ୍ଲୀରେ ପହଞ୍ଚିବା ପରେ ଆଜି ସକାଳୁ ପାଲମ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ବୈଠକ କରିଛନ୍ତି । ବୈଠକରେ ଏନ୍‌ଏସ୍‌ଏ ଅଜିତ ଡୋଭାଲ ଓ ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର, ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଏବଂ ଅନ୍ୟ ଅଧିକାରୀଙ୍କ ସହ ଏକ ସଂକ୍ଷିପ୍ତ ବୈଠକ କରିଛନ୍ତି ।

ସେପଟେ, ପହଲଗାମ୍‌ ଆତଙ୍କୀ ହମ୍‌ଲାରେ ତଦନ୍ତ କରିବ NIA । ଆଜି ତଦନ୍ତ ପାଇଁ ପହଲଗାମ୍‌ ପହଞ୍ଚିବ NIA ଟିମ୍ ।

ସୂଚନାଯୋଗ୍ୟ, ଜମ୍ମୁ କାଶ୍ମୀରର ପହଲଗାମରେ ମଙ୍ଗଳବାର ଅପରାହ୍ନରେ ଆତଙ୍କବାଦୀଙ୍କ ଗୁଳିରେ ୨୬ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି । ଏଥିରେ ଅନେକ ଆହତ ଅଛନ୍ତି । ଏତେ ବଡ଼ ଆତଙ୍କବାଦୀ ଆକ୍ରମଣ ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ସାଉଦି ଆରବ ଗସ୍ତ ଅଧାରେ ଛାଡି ମଧ୍ୟରାତ୍ରିରେ ଭାରତ ଫେରିଛନ୍ତି ।

ତେବେ ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ଥିଲେ ପ୍ରଧାନମନ୍ତ୍ରୀ ମୋଦି । ମଙ୍ଗଳବାର ଅପରାହ୍ନରେ ସାଉଦି ଆରବର ଜେଦ୍ଦାହ ସହର ପହଞ୍ଚିଥିଲେ । ସେ ସେଠାରେ ପହଞ୍ଚିବାର କିଛି ଘଣ୍ଟା ପରେ, ପହଲଗାମ ଆତଙ୍କବାଦୀ ଆକ୍ରମଣର ଖବର ଆସିଲା । ପ୍ରଧାନମନ୍ତ୍ରୀ ମୋଦି ଆକ୍ରମଣ ସହିତ ଜଡିତ ପ୍ରତ୍ୟେକ ଘଟଣାକ୍ରମ ଉପରେ ନିରନ୍ତର ନଜର ରଖିଥିଲେ । ଏହା ପରେ, ସାଉଦି ଆରବର ଯୁବରାଜ ମହମ୍ମଦ ବିନ୍ ସଲମାନଙ୍କୁ ମଧ୍ୟ ସୂଚନା ପଠାଯାଇଥିଲା ଏବଂ ପରିସ୍ଥିତିକୁ ବିଚାର କରି ମଙ୍ଗଳବାର ରାତିରେ ହିଁ ଗସ୍ତ ଶେଷ କରି ଭାରତ ଫେରିଆସିଥିଲେ ।

Comments are closed.