Latest Odisha News

BREAKING NEWS

ଆରମ୍ଭ ହେଲା ଡିଜିଟାଲ୍ ଷ୍ଟ୍ରାଇକ୍: ଭାରତରେ ୧୬ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ୟାନ୍

ନୂଆଦିଲ୍ଲୀ: ପହଲଗାମ୍ ଆକ୍ରମଣ ସାରା ଦେଶକୁ ସ୍ତବ୍ଧ କରିଛି। ଆତଙ୍କବାଦୀଙ୍କୁ ଉଚିତ୍ ପାନେ ଦେବା ପାଇଁ ଭାରତ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ଦିନକୁ ଦିନ ନିଆଯାଉଛି ବଡ଼ ବଡ଼ କାର୍ଯ୍ୟାନୁଷ୍ଠାନ। ପ୍ରଥମେ ଭାରତରେ ବାସ କରୁଥିବା ପାକିସ୍ତାନ ନାଗରିକଙ୍କୁ ୪୮ ଘଣ୍ଟା ଭିତରେ ଦେଶ ଛାଡିବାକୁ ନୋଟିସ ଜାରି ହୋଇଥିଲା। ଏବେ ଭାରତ ଆରମ୍ଭ କଲା ଡିଜିଟାଲ୍ ଷ୍ଟ୍ରାଇକ୍।

ଗୋଟିଏ ପରେ ଗୋଟିଏ ବଡ ଆକ୍ସନ ନେଉଛି ଭାରତ। ସିନ୍ଧୁ ନଦୀ ପାଣି ବନ୍ଦ କରିବା ପରେ ଏବେ ଡିଜିଟାଲ୍ ଷ୍ଟ୍ରାଇକ୍ କରିଛି ଭାରତ। ଭାରତରେ ପାକିସ୍ତାନ୍ ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ୍ କରିଦିଆଯାଇଛି। ପହଲଗାମ୍ ଅତଙ୍କୀ ଅକ୍ରମଣ ପରେ ଏହା ଦ୍ୱିତୀୟ ବଡ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି। ପାକିସ୍ତାନର ୧୬ଟି ୟୁଟ୍ୟୁବ୍ ଚ୍ୟାନେଲ୍ ଉପରେ ପ୍ରତିବନ୍ଧକ ଲଗାଇଛି ଭାରତ। ପୁର୍ବରୁ ସୋସିଆଲ ମିଡିଆ ‘ଏକ୍ସ’ ବନ୍ଦ କରିଥିଲା ଭାରତ।

ଏବେ ଆଉ ଚଳିବନି ପାକିସ୍ତାନର ପ୍ରୋପାଗଣ୍ଡା। ୬୩ ମିଲିୟନ ସବସ୍କ୍ରାଇବର୍ ଥିବା ୧୬ଟି ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ଉପରେ ପ୍ରତିବନ୍ଧକ ଲଗାଇଲା ଭାରତ। ଜମ୍ମୁ-କାଶ୍ମୀରର ପହଲଗାମ୍ ଆଟାକ୍‌ ପରେ ଉତ୍ତେଜନାମୂଳକ ଏବଂ ସମ୍ବେଦନଶୀଳ ସାମ୍ପ୍ରଦାୟିକ ବିଷୟବସ୍ତୁ ନେଇ ପ୍ରଚାର ପ୍ରସାର ରୋକିବାକୁ ଭାରତ ଅନେକ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Comments are closed.