Latest Odisha News

BREAKING NEWS

ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ଟିମ ଇଣ୍ଡିଆର ଏହି ୩ ପେସରେ ରହିଛନ୍ତି ଆଗରେ

ଦୁବାଇ: ଭାରତୀୟ କ୍ରିକେଟ ଟିମର ପୂର୍ବତନ କୋଚ ରବି ଶାସ୍ତ୍ରୀ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପୂର୍ବରୁ ଯଶପ୍ରୀତ ବୁମରାହଙ୍କୁ ବିଶ୍ରାମ ଦେବା ପାଇଁ କହିଛନ୍ତି । ଜୁନ ୨୦ରୁ ଏହି ସିରିଜ ଆରମ୍ଭ ହେବ । ୨୦୨୫ରୁ୨୭ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଚକ୍ର ଏଥିସହ ଆରମ୍ଭ ହେବ । ବୁମରାହଙ୍କୁ ପ୍ରଥମ ୨ଟି ଟେଷ୍ଟରୁ ବିଶ୍ରାମ ଦେବା ପାଇଁ ଶାସ୍ତ୍ରୀ କହିଛନ୍ତି । ବୁମରାହ, ମହମ୍ମଦ ସାମୀ ଓ ମହମ୍ମଦ ସିରାଜଙ୍କୁ ନେଇ ଭାରତର ପେସ ବାହିନୀ ବେଶ ଶକ୍ତିଶାଳୀ ରହିଛି । ଏହି ୩ଜଣ ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ଚୟନ ହେବା ଏକପ୍ରକାର ନିଶ୍ଚିତ । ବୁମରାହ ଓ ସାମୀଙ୍କ ଫିଟନେସ ଉପରେ ସବୁ କିଛି ନିର୍ଭର କରିବ ବୋଲି ଶାସ୍ତ୍ରୀ କହିଛନ୍ତି ।

ସାମୀଙ୍କ ଅନୁପସ୍ଥିତି, ସିରାଜଙ୍କ ଖରାପ ଫର୍ମ ଏବଂ ବୁମରାହଙ୍କ ଆଘାତ ସମସ୍ୟା ଯୋଗୁ ଭାରତ ବର୍ଡର-ଗାଭାସ୍କର ଟ୍ରଫି ୧-୩ରେ ହାରିଥିଲା । ଏହି ୩ ବୋଲର ମ୍ୟାଚ ଫିଟ ଥିଲେ ଅଷ୍ଟ୍ରେଲିଆ ବ୍ୟାକଫୁଟରେ ରହିଥାନ୍ତା ବୋଲି ସେ କହିଛନ୍ତି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଭଲ ପ୍ରଦର୍ଶନ କରିବ ବୋଲି ଶାସ୍ତ୍ରୀ କହିଛନ୍ତି । ଆଇପିଏଲ ପରେ ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳର ଚୟନ କରାଯିବ ।

Comments are closed.