Latest Odisha News

ପୁରୀ ଛଡ଼ା ଆଉ କେଉଁଠି ବ୍ରହ୍ମ ନାହିଁ ; ଜଗନ୍ନାଥ ଧାମ ହେଉଛି ଶ୍ରୀକ୍ଷେତ୍ର ଧାମ: ରାମକୃଷ୍ଣ ଦାସମହାପାତ୍ର

ପୁରୀ: ପଶ୍ଚିମବଙ୍ଗର ଦୀଘାରେ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ନେଇ ବିବାଦ ଦେଖାଦେଇଛି।ଜଗନ୍ନାଥ ଧାମ ନାମକରଣ ଦେବା ଓ ବ୍ରହ୍ମ ସ୍ଥାପନ କଥାକୁ ନେଇ ପୁରୀରେ ସେବାୟତ ମାନେ ଏହାର ତୀବ୍ର ବିରୋଧ କରିଛନ୍ତି। ତେବେ ଏହି ପ୍ରସଙ୍ଗକୁ ନେଇ ମୁହଁ ଖୋଲିଛନ୍ତି ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର। ସେ କହିଛନ୍ତି, ପୁରୀ ଛଡ଼ା ଆଉ କେଉଁଠି ବ୍ରହ୍ମ ନାହିଁ । କାରଣ ବ୍ରହ୍ମ ପୁରୀରେ ଜଗନ୍ନାଥଙ୍କ ଛଡ଼ା ଆଉ କେଉଁଠି ପ୍ରତିଷ୍ଠା ହୋଇପାରିବନି। ପୁରୀରୁ ନିମ୍ବ କାଠରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା, ପ୍ରଭୁ ସୁଦର୍ଶନଙ୍କ ସହିତ ମାଧବଙ୍କ ମୂର୍ତ୍ତି ନିର୍ମାଣ କରାଯାଇଥିଲା । ଏହି ମୂର୍ତ୍ତିକୁ ଆମେ ଦୀଘା ଜଗନ୍ନାଥ ମନ୍ଦିରରେ ଗତ ଅକ୍ଷୟ ତୃତୀୟା ଦିନ ପ୍ରତିଷ୍ଠା କରିଥିଲୁ ।

ଜଗନ୍ନାଥ ଧାମ କହିଲେ କେବଳ ପୁରୀକୁ ବୁଝାଏ । ଅନ୍ୟ କୌଣସି ଠାରେ ଜଗନ୍ନାଥଧାମ ହେବନି । ସରକାରୀ ସ୍ତରରେ ତାଙ୍କୁ ଏହା ଜଣାଇବା ଜରୁରୀ । ମୁଁ ମଧ୍ୟ ଚିଠି ଲେଖି ମମତା ବାନାର୍ଜୀଙ୍କୁ ଜଣାଇବି ବୋଲି କହିଛନ୍ତି ରାମକୃଷ୍ଣ ଦାସମହାପାତ୍ର । ଏଥିପାଇଁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା କରି ଜଗନ୍ନାଥ ଧାମ ନାମ ଲେଖାକୁ ପରିବର୍ତ୍ତନ କରିବା ପାଇଁ ପଦକ୍ଷେପ ନିଅନ୍ତୁ ।

ଦୀଘା ଜଗନ୍ନାଥ ମନ୍ଦିରକୁ ଯିବାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ମୁଁ ଦୀଘା ଜଗନ୍ନାଥ ମନ୍ଦିର ଯାଇଥିଲି । ସେଠାରେ ଅଢ଼େରୁ ୩ ଫୁଟର ମୂର୍ତ୍ତି ହୋଇଛି । ମମତା ବାନାର୍ଜୀ ମୋର ଜଣେ ଶିଷ୍ୟା । ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ମୋତେ ଡାକିଥିଲେ। ୩ ମାସ ହେବ ପଥର ମୂର୍ତ୍ତି ଥିଲା, ନିମ୍ବକାଠରେ ମୂର୍ତ୍ତି ପ୍ରତିଷ୍ଠା ହୋଇଛି । ବ୍ରହ୍ମର ଏକମାତ୍ର ସ୍ଥାନ ପୁରୀରେ । ବ୍ରହ୍ମ ସ୍ଥାପନ ନେଇ କୌଣସି ସ୍ଥାନରେ କହିନାହିଁ ।ଜଗନ୍ନାଥ ଧାମ କହିଲେ କେବଳ ପୁରୀକୁ ବୁଝାଏ । ଶ୍ରୀମନ୍ଦିର ରୀତିନୀତି ଅନ୍ୟ କୌଣସି ସ୍ଥାନରେ ହୋଇପାରିବ ନାହିଁ ।

 

 

Comments are closed.