Latest Odisha News

BREAKING NEWS

ଜଗତପୁରରେ ଚାଲିଛି ନକଲି ଓ୍ବାଶିଂ ପାଉଡର କାରଖାନା; ୱାଶିଂ ପାଉଡର, ଲେବଲ ଷ୍ଟିକର ଜବତ

କଟକ: କଟକ ଜଗତପୁରରେ ନକଲି ୱାଶିଂ ପାଉଡର କାରଖାନା ଠାବ । ଅପମିଶ୍ରଣ ସହ ବ୍ରାଣ୍ଡେଡ୍ କଂପାନୀ ନାଁରେ ତିଆରି କରି ବିକାଯାଉଥିଲା । ଜଗତପୁର ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍‌ ମିଳିତ ଚଢାଉ କରିଥିଲା । ଜଗତପୁର ଅଣ୍ଢେଇ ସାହିରେ ଠାବ ହୋଇଛି ଏହି ନକଲି କାରଖାନା ।

ଖବରମୁତାବକ, ଜଗତପୁର ଶିଳ୍ପାଞ୍ଚଳରେ ଚାଲୁଥିଲା ନକଲି କାରଖାନା । ପୋଲିସ ସେହି କାରଖାନାକୁ ସିଲ୍ କରି ଚଢାଉ ଜାରି ରଖିଛି । କାରଖାନାରେ ବ୍ୟବହୃତ ମେସିନ, ନକଲି ୱାଶିଂ ପାଉଡର ଜରି, ଲେବଲ ଷ୍ଟିକର ସବୁ ଜବତ କରିଛି । ଅପମିଶ୍ରଣ ସହ ବ୍ରାଣ୍ଡେଡ୍ କମ୍ପାନୀ ନାଁରେ ତିଆରି କରି ବିକୁଥିଲେ ନକଲି ୱାଶିଂ ପାଉଡର ।

 

 

Comments are closed.