ଭୁବନେଶ୍ୱର: କେନ୍ଦ୍ରୀୟ ଡେପୁଟେସନରେ ଯିବାକୁ ଅନୁମତି ମିଳିବାର ଗୋଟିଏ ଦିନ ପରେ ବରିଷ୍ଠ ଆଇଏଏସ୍ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଶନିବାର ସୋସିଆଲ ମିଡିଆରେ ତାଙ୍କ ଗତ ୧୮ ମାସର ଅସନ୍ତୁଳିତ କାର୍ଯ୍ୟ-ଜୀବନ କିପରି ତାଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥିଲା ତାହା ପ୍ରକାଶ କରିଛନ୍ତି।
ଲିଙ୍କଡିନ୍ ପ୍ରୋଫାଇଲରେ ସେ ଏକ ପୋଷ୍ଟ କରି କହିଛନ୍ତି ଯେ ଗତ ସପ୍ତାହଗୁଡ଼ିକ ‘ଚାପପୂର୍ଣ୍ଣ’ ଥିଲା। ଯାହା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଦରୁ ବାହାରିବାର ଯୁକ୍ତିଯୁକ୍ତ କାରଣ ସୂଚାଇଛି।
ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ୧୯୯୩ ବ୍ୟାଚର ଏହି ଆଇଏଏସ ଅଧିକାରୀଙ୍କୁ ୩୦ ଜୁନ୍ ୨୦୨୪ରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବରେ ନିଯୁକ୍ତ କରାଯାଇଥିଲା। ଏହା ପୂର୍ବରୁ ସେ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଭାବରେ କାର୍ଯ୍ୟ କରିଥିଲେ ଏବଂ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଓଡ଼ିଶା ବିଧାନସଭା ଏବଂ ଲୋକସଭାର ଏକକାଳୀନ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।
ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଗତ ମାର୍ଚ୍ଚ ଆରମ୍ଭରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଥିଲା। “ଗତ ୧୮ ମାସ ଧରି ମୁଁ ମୋ ପରିବାର ଏବଂ ବ୍ୟକ୍ତିଗତ କୌଣସି କାମରେ ସାମିଲ ହୋଇପାରି ନାହିଁ। ମୁଁ ମୋ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନେଇପାରିଲି ନାହିଁ। ୨୦୨୪ ମସିହାରେ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବରେ ସବୁଠାରୁ ଚ୍ୟାଲେଞ୍ଜିଂ ଥିଲା ସାଧାରଣ ନିର୍ବାଚନ। ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବରେ ପୋଷ୍ଟିଂ ହୋଇଥିଲା। ଯେଉଁଥିପାଇଁ ତାଙ୍କୁ ଦୀର୍ଘ ସମୟ ଧରି କାର୍ଯ୍ୟ କରିବାକୁ ପଡ଼ିଥିଲା। ଯାହା ମୋର କାର୍ଯ୍ୟ-ଜୀବନ ବାଲାନ୍ସକୁ ପ୍ରଭାବିତ କରିବା ସହ ମୋର ସ୍ୱାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରିଥିଲା।
Comments are closed.