Latest Odisha News

BREAKING NEWS

ପୁରୀରେ ଏନଏସଜି ଟିମ୍‌; ଶ୍ରୀମନ୍ଦିର ସୁରକ୍ଷା ନେଇ ଏସପିଙ୍କ ସହ ଆଲୋଚନା

ପୁରୀ: ପୁରୀରେ ଏନଏସଜି ଟିମ୍ । ପହଲଗାଓଁ ଆକ୍ରମଣ ପରେ ପୁରୀରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ପାଇଁ ପହଞ୍ଚିଲା ଟିମ୍ । ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କ ସହ ଆଲୋଚନା କରିଛି ଟିମ୍ । ଏହା ପୂର୍ବରୁ ଜିଲ୍ଲା ପୋଲିସ ସହ କଥା ହୋଇଥିବାବେଳେ, ସୁରକ୍ଷା ନେଇ ଆଜି ପୁରୀ ଶ୍ରୀମନ୍ଦିର ପ୍ରଶାସନ ଓ ଏସପିଙ୍କ ସହ ଟିମ୍ ଅଧିକ ଆଲୋଚନା କରିଛନ୍ତି ଏହି ସ୍ୱତନ୍ତ୍ର ଟିମ୍‌ ।

ମେ ୭ତାରିଖରେ ଦେଶରେ ବିଭିନ୍ନ ସ୍ଥାନରେ ମଡ୍‌ଡ୍ରିଲ କରାଯିବ । ଗୃହ ମନ୍ତ୍ରାଣଳାୟ ପକ୍ଷରୁ ଓଡ଼ିଶାର ୧୨ଟି ସ୍ଥାନରେ ମକଡ୍ରିଲ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଧାମରା, ଚାନ୍ଦିପୁର, ଭୁବନେଶ୍ୱର, କଟକ, ପୁରୀ, ଭଦ୍ରକ, କେନ୍ଦ୍ରାପଡା, ଗୋପାଳପୁର, ପାରାଦୀପରେ ଏହି ମକ୍‌ଡ୍ରିଲ୍‌ ହେବ ।

ଏହାସହ ଅନ୍ୟ ୩ଟି ସ୍ଥାନରେ ବି ହୋଇପାରେ ମକ୍‌ଡ୍ରିଲ୍‌ । ଏହାପୂର୍ବରୁ ରବିବାର ଫିରୋଜପୁର କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ୩୦ମିନିଟ୍‌ ପାଇଁ ବ୍ଲାକଆଉଟ ଅଭ୍ୟାସ କରାଯାଇଥିଲା । ଯେଉଁଥିରେ ରାତି ୯ଟାରୁ ୯ଟା ୩୦ମିନିଟ୍‌ ପର୍ଯ୍ୟନ୍ତ ଲାଇଟ୍‌ ବନ୍ଦ କରାଯାଇଥିଲା ।

Comments are closed.