Latest Odisha News

BREAKING NEWS

ଯୁଦ୍ଧ ପୂର୍ବରୁ ରାଜକୋଷ ଖାଲି !

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠୁ ପାକିସ୍ତାନକୁ ଆର୍ଥିକ ଚୋଟ ଦେଇ ଚାଲିଛି ଭାରତ । କୁଟନୈତିକ ପଦକ୍ଷେପ ଯୋଗୁଁ ଦୋହଲିବାରେ ଲାଗିଛି ପାକିସ୍ତାନର ଅର୍ଥନୀତି । ଭାରତର ଜବାବୀ ଆକ୍ରମଣ ଭୟରେ ହାଇ ଆଲର୍ଟରେ ରହିଛି ପାକିସ୍ତାନୀ ସେନା। ତେବେ କେବଳ ଆଲର୍ଟ ରହିବା ଓ ସେନା ଶକ୍ତିର ପ୍ରଦର୍ଶନ ପାଇଁ ପ୍ରତିଦିନ ଶହ ଶହ କୋଟି ଖର୍ଚ୍ଚ କରୁଛି ପାକିସ୍ତାନ । ପୂର୍ବରୁ ହିଁ ଦେଶର ଆର୍ଥିକ ସ୍ଥିତି ଭଲ ନାହିଁ । ମହଙ୍ଗା ମାଡ଼ରେ କଲବଲ ହେଉଛନ୍ତି ଜନତା। ପହଲଗାମ ହମଲା ପରେ ଭାରତର ଆକ୍ସନ୍ ଯୋଗୁଁ ବି ବ୍ୟାପକ କ୍ଷତି ନେଇ ଆକଳନ କରାଯାଉଛି । ଏଭଳି ସ୍ଥିତିରେ କେବଳ ଆଲର୍ଟ ରହିବାକୁ ଦିନକୁ ୪ବିଲିୟନ କୋଟି ପାକିସ୍ତାନୀ ଟଙ୍କା ଖର୍ଚ୍ଚ କରୁଛି ପାକିସ୍ତାନ ।

ଯୁଦ୍ଧ ପୂର୍ବରୁ ରାଜକୋଷ ଖାଲି !

ଭାରତ ଓ ପାକିସ୍ତାନ ମଧ୍ୟରେ ଅଶାନ୍ତି ଚରମରେ ରହିଥିବା ବେଳେ ଏହାର ପ୍ରଭାବ ପାକିସ୍ତାନୀ ଅର୍ଥନୀତି ଉପରେ ଦେଖିବାକୁ ମିଳୁଛି । ପରମାଣୁ ଆକ୍ରମଣ ଧମକ ଦେଉଥିବା ପାକିସ୍ତାନର ରାଜକୋଷ ଯୁଦ୍ଧ ପୂର୍ବରୁ ହିଁ ଖାଲି ହେବାରେ ଲାଗିଛି । ସିନ୍ଧୁ ନଦୀ ଜଳ ଚୁକ୍ତି ରଦ୍ଦ କରିବା ହେଉ କିମ୍ବା ବାଣିଜ୍ୟ ବନ୍ଦ, ଭାରତର କାର୍ଯ୍ୟାନୁଷ୍ଠାନ ପାକିସ୍ତାନକୁ ଗୋଟେ ପରେ ଗୋଟେ ଝଟକା ଦେଉଛି। ଭାରତର ଜବାବି ଆକ୍ରମଣ ଭୟରେ ପାକିସ୍ତାନ ଆଲର୍ଟରେ ରହିଛି । ତେବେ ଏଥିପାଇଁ ଦେଶକୁ ଦୈନିକ ୪ଶହ କୋଟି ପାକିସ୍ତାନୀ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ସୀମାରେ ସେନା ମୁତୟନ, ବିମାନ ଇନ୍ଧନ ଖର୍ଚ୍ଚ, ସୀମାକୁ ଯୁଦ୍ଧ ସାମଗ୍ରୀ ପଠାଇବା ପାଇଁ ଏହି ଅର୍ଥ ଖର୍ଚ୍ଚ ହେଉଛି । ପାକିସ୍ତାନର ବାର୍ଷିକ ସେନା ବଜେଟ୍ ୨ଲକ୍ଷ କୋଟି ପାକିସ୍ତାନୀ ଟଙ୍କା ରହିଥିବା ବେଳେ ଭାରତ ସହ ଅଶାନ୍ତି ମଧ୍ୟରେ ଏବେ ମାସିକ ଖର୍ଚ୍ଚ ଆକାଶଛୁଆଁ ହେବାରେ ଲାଗିଛି ।

ନିଜ ଜାଲରେ ଫସିଗଲା ପାକିସ୍ତାନ !

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଭାରତର ଆକ୍ସନକୁ ଧିମା ଦଣ୍ଡ ବୋଲି କହିଛନ୍ତି ରଣନୀତି ବିଶେଷଜ୍ଞ । ଅର୍ଥାତ ଉଭୟ ଆର୍ଥିକ ଓ କୁଟନୈତିକ ଜାଲରେ ଧିରେ ଧିରେ ଶତ୍ରୁକୁ ଦୁର୍ବଳ କରିବା । ପାକିସ୍ତାନର ଅର୍ଥନୈତିକ ସ୍ଥିତି ପୂର୍ବରୁ ହିଁ ଦୁର୍ବଳ ରହିଥିବା ବେଳେ ଏବେ ଅନ୍ତର୍ଜାତୀୟସ୍ତରରେ ଦେଶ ଏକଘରିକିଆ ହେବାରେ ଲାଗିଛି । ଏପରିକି ଦେଶର ଆର୍ଥିକ ସ୍ଥିତି ଏତେ ଖରାପ ଯେ, ଯୁଦ୍ଧାଭ୍ୟାସ ବି ବନ୍ଦ କରିବାକୁ ପଡିଛି । ଭାରତର ସେନା ପ୍ରସ୍ତୁତି ଦେଖି ପାକିସ୍ତାନରେ ଛନକା ପଶିଛି । ଭୟରେ ଅନ୍ୟ ଦେଶମାନଙ୍କ ପାଖରେ ସହାୟତା ମାଗୁଛି ପାକିସ୍ତାନ । ଜାତିସଂଘ ସୁରକ୍ଷା ପରିଷଦର ରୁଦ୍ଧଦ୍ବାର ବୈଠକରେ ପାକିସ୍ତାନକୁ କଡା ସମାଲୋଚନା କରାଯାଇଛି । ବୈଠକରେ ଆମେରିକା, ଫ୍ରାନ୍ସ, ଋଷ, ବ୍ରିଟେନ୍ ପରି ଦେଶ ପାକିସ୍ତାନକୁ କଡା ପ୍ରଶ୍ନ କରିଛନ୍ତି ତ ବନ୍ଧୁ ଚୀନ୍ ବି ହାତ ଛାଡି ଦେଇଛି ।

ଭାରତର ଗୋଟି…ପାକିସ୍ତାନ୍ ଚିତ୍ !

ବିନା ଯୁଦ୍ଧରେ ବି ପାକିସ୍ତାନକୁ ନିଜ ରଣନୈତିକ ଓ କୁଟନୈତିକ ଆକ୍ସନ୍ ଯୋଗୁଁ ଗୋଟେ ପରେ ଗୋଟେ ଝଟକା ଦେଉଛି ଭାରତ । ପାକିସ୍ତାନରୁ ସମସ୍ତ ଆମଦାନୀ ରପ୍ତାନୀ ବନ୍ଦ, ଭାରତୀୟ ପୋର୍ଟରେ ପାକିସ୍ତାନୀ ଜାହାଜର ଏଣ୍ଟ୍ରି ବନ୍ଦ, ପାକିସ୍ତାନୀ ନାଗରିକ ଆସିବା ଉପରେ କଟକଣା ସହ ବିଲାଓ୍ବଲ ଭୁଟ୍ଟୋ ଓ ଇମ୍ରାନ ଖାନଙ୍କ ପାକିସ୍ତାନୀ ନେତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ ବ୍ଲକ କରିଛି ଭାରତ । ଆଇଏମଏଫ୍ ସହ ଏଫଏଟିଏଫ୍ ପରି ସଂଗଠନରେ ପାକିସ୍ତାନ ବିରୋଧରେ କୁଟନୈତିକ ଷ୍ଟ୍ରାଇକ୍ ପାଇଁ ଉଦ୍ୟମ କରାଯାଉଛି । ଭାରତର ଏସବୁ ନିଷ୍ପତ୍ତି ଯୁଦ୍ଧ ପୂର୍ବରୁ ହିଁ ପାକିସ୍ତାନକୁ ଚିତ୍ କରିଛି ।

Comments are closed.