ଭୁବନେଶ୍ବର: ହୁ ହୁ ହେଇ ବଢ଼ି ଚାଲିଛି ସୁନା ଦର । ଆଜି ପୁଣି ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । କିଛି ଦିନର ଆଶ୍ୱସ୍ତି ପରେ ପୁଣି ସୁନା ଦରରେ ବୃଦ୍ଧି ଘଟି ଆକାଶ ଛୁଆଁ ହୋଇଛି । ଆଜି ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୯୮,୪୬୦ ଟଙ୍କା ରହିଛି । ଗତକାଲି ଅର୍ଥାତ୍ ସୋମବାର ଏହା ୯୫,୭୩୦ ଟଙ୍କା ଥିଲା । ଦିନକରେ ୨ ହଜାର ୭୩୦ ଟଙ୍କା ବୃଦ୍ଧି ପାଇଛି ।
ସେହିପରି, ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୯୦,୨୫୦ ଟଙ୍କା ରହିଛି । ଗତକାଲି ଏହା ୮୭,୭୫୦ ଟଙ୍କା ଥିଲା । ଏଥିରେ ୨,୫୦୦ ଟଙ୍କା ବୃଦ୍ଧି ପାଇଛି । ୧୮ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ କୁ ୭୩, ୮୪୦ ଟଙ୍କା ରହିଛି । ଗତକାଲି ଏହା ୭୧,୮୦୦ ଟଙ୍କା ଥିଲା । ଏଥିରେ ୨,୦୪୦ ଟଙ୍କା ବୃଦ୍ଧି ହୋଇଛି ।
ହେଲେ ରୁପା ଦରରେ ସାମାନ୍ୟ ହ୍ରାସ ହୋଇଛି । ୧୦୦ ଗ୍ରାମ୍ ରୁପା ଦାମ୍ ୧୦,୭୯୦ ଟଙ୍କା ଥିବା ବେଳେ, ଗତକାଲି ଏହା ୧୦,୮୦୦ ଥିଲା । ଏଥିରେ ୧୦ ଟଙ୍କା ହ୍ରାସ ହୋଇଛି ।
Comments are closed.