Latest Odisha News

BREAKING NEWS

ଆମେ ଶାନ୍ତିରେ ଥିଲୁ, ଏସବୁ ପାକିସ୍ତାନ ଆରମ୍ଭ କରିଛି; ସରକାର ଉଚିତ ଜବାବ ଦେଇଛି: ଓମାର

ଶ୍ରୀନଗର: ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ଅପରେସନ ସିନ୍ଦୂର ଉପରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏହା ପହଲଗାମରୁ ଆରମ୍ଭ ହୋଇଥିଲା, ଯେଉଁଠାରେ ଆମର ୨୬ ଜଣ ନିର୍ଦ୍ଦୋଷ ନାଗରିକଙ୍କୁ ହତ୍ୟା କରାଯାଇଥିଲା ଏବଂ ସରକାର କହିଥିଲେ ଯେ ନିଶ୍ଚିତ ଭାବରେ ଉଚିତ ଜବାବ ଦିଆଯିବ। ଏହା ପ୍ରତିଶୋଧ ନେବାର ସଠିକ୍ ଉପାୟ। ପାକିସ୍ତାନରେ କେବଳ ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ ହୋଇଥିଲା, ସାମରିକ ଅଞ୍ଚଳ କିମ୍ବା ସାଧାରଣ ନାଗରିକ ଉପରେ ନୁହେଁ।

କିନ୍ତୁ ପାକିସ୍ତାନ ଆମ ଭାରତୀୟ ସାଧାରଣ ନାଗରିକଙ୍କ ଉପରେ ଟାର୍ଗେଟ କରିଛି। ପୁଞ୍ଛ ଜିଲ୍ଲାର ୧୦ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ପାକିସ୍ତାନ ଏହା ଆରମ୍ଭ କରିଥିଲା, ଆମେ ନୁହେଁ… ଆମେ ଶାନ୍ତିରେ ରହୁଥିଲୁ… ଆମେ ଏହାକୁ ଆରମ୍ଭ କରିନଥିଲୁ… ଆମ ମଧ୍ୟରୁ କେହି ଯୁଦ୍ଧ ଚାହୁଁ ନଥିଲୁ। ସେ କହିଥିଲେ ଯେ ଆମେ ଚାହୁଁଛୁ ଯେ ପରିସ୍ଥିତି ପୁଣି ଥରେ ସୁଧୁରୁ, କିନ୍ତୁ ପ୍ରଥମେ ପାକିସ୍ତାନକୁ ତା’ର ବନ୍ଧୁକ ତଳେ ରଖିବାକୁ ପଡିବ।

ସିଏମ୍ ଓମାର କହିଛନ୍ତି ଯେ ମୁଁ ସୀମା ଏବଂ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଅଞ୍ଚଳର ଜିଲ୍ଲାପାଳମାନଙ୍କ ସହିତ ଏକ ଭିଡିଓ କନଫରେନ୍ସିଂ କରିଛି। ପରିସ୍ଥିତିର ସମୀକ୍ଷା କରିଛି। ଯେକୌଣସି ପ୍ରକାରର ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ମୁଁ ଜିଲ୍ଲାପାଳମାନଙ୍କୁ ପାଣ୍ଠି ଜାରି କରିଛି। ଯଦି ଆମକୁ ନାଗରିକମାନଙ୍କୁ ସ୍ଥାନାନ୍ତର କରିବାକୁ ପଡ଼େ, ତେବେ ଏଥିପାଇଁ ଯାନବାହାନ ଏବଂ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି।

Comments are closed.