Latest Odisha News

BREAKING NEWS

ଦୀଘା ଜଗନ୍ନାଥ ମନ୍ଦିର ବିବାଦକୁ ନେଇ ଇସ୍କନକୁ ଚିଠି ଲେଖିଲେ ଗଜପତି ମହାରାଜା

ଭୁବନେଶ୍ୱର: ପଶ୍ଚିମବଙ୍ଗ ଦୀଘାରେ ନବ ନିର୍ମିତ ଜଗନ୍ନାଥ ମନ୍ଦିର ପାଇଁ ‘ଧାମ’ ଟ୍ୟାଗ୍ ବ୍ୟବହାରକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଏନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ ବୁଧବାର ଇସ୍କନର ହସ୍ତକ୍ଷେପ ଲୋଡ଼ିଛନ୍ତି।

ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜା, ପଶ୍ଚିମବଙ୍ଗର ମାୟାପୁରରେ ଇସ୍କନର ପରିଚାଳନା ସଂସ୍ଥା କମିଶନର ଅଧ୍ୟକ୍ଷ ଗୋବର୍ଦ୍ଧନ ଦାସ ପ୍ରଭୁଙ୍କୁ ଏକ ଚିଠି ଲେଖି ଏହି ସମ୍ବେଦନଶୀଳ ମାମଲାର ସମାଧାନ ପାଇଁ ତାଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଦୀଘା ମନ୍ଦିର ଟ୍ରଷ୍ଟରେ ଇସ୍କନ ପ୍ରତିନିଧି ରହିଥିବାରୁ ସେମାନଙ୍କ ସହାୟତା ଲୋଡ଼ାଯାଇଛି। ପୁରୀ ଶ୍ରୀକ୍ଷେତ୍ର ବ୍ୟତୀତ ଅନ୍ୟ କୌଣସି ସ୍ଥାନ କିମ୍ବା ମନ୍ଦିରକୁ ଜଗନ୍ନାଥ ଧାମ କୁହାଯିବା ଉଚିତ୍ ନୁହେଁ ବୋଲି ଦର୍ଶାଯାଇଛି।

ତେବେ ତାଙ୍କ ଚିଠି ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ଏକ ଭିଡିଓ ବାର୍ତ୍ତା ସହିତ ମେଳ ଖାଉଛି। ପଞ୍ଜାବରୁ ପ୍ରକାଶିତ ଏକ ଭିଡିଓ ବାର୍ତ୍ତାରେ ଦୀଘାରେ ସଦ୍ୟ ଉଦଘାଟିତ ହୋଇଥିବା ମନ୍ଦିର ପାଇଁ ‘ଜଗନ୍ନାଥ ଧାମ’ ଶବ୍ଦ ବ୍ୟବହାରକୁ କଡ଼ା ସମାଲୋଚନା କରାଯାଇଥିଲା।

ଆହୁରି ମଧ୍ୟ ସେ କହିଥିଲେ ଯେ, ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାରରେ ଅଛନ୍ତି । ପୁରୀ ପଣ୍ଡା ଏବଂ ଦୋକାନୀମାନଙ୍କ ଆମଦାନୀ ପଶ୍ଚିମବଙ୍ଗରୁ ହିଁ ହେଉଛି। ଏଣୁ ସେ ଚାଲାକ କରି ସେଠାରେ ମନ୍ଦିର ସ୍ଥାପିତ କରିଛନ୍ତି। ଏହି ମନ୍ଦିର ପ୍ରତିଷ୍ଠାର ମୁଖ୍ୟ କାରଣ ଅର୍ଥ ପ୍ରଲୋଭନ ରହିଛି। କାରଣ ପଶ୍ଚିମବଙ୍ଗର ଭକ୍ତମାନେ ପୁରୀ ଯାଇ ଦାନ ଦକ୍ଷିଣା ଦେଇଥାନ୍ତି।

Comments are closed.