Latest Odisha News

BREAKING NEWS

କେମିତି ଥିଲା ‘ଅପରେସନ ସିନ୍ଦୂର’, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ରେ ୨୬ ନିରୀହ ପର୍ଯ୍ୟଟକଙ୍କ ଜୀବନ ଚାଲିଯାଇଥିଲା। ସେହି ଆକ୍ରମଣରେ ଧର୍ମ ପଚାରି ହତ୍ୟା କରାଯାଇଥିଲା ଯାହାର ଫଳସ୍ଵରୁପ ଅନେକ ମହିଳାଙ୍କ ମୁଣ୍ଡରୁ ସିନ୍ଦୂର ଲିଭି ଯାଇଥିଲା।

ଯାହା ପରେ ଭାରତ ପାକିସ୍ତାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସେହି ନିରୀହ ସ୍ତ୍ରୀ ମାନଙ୍କର ସିନ୍ଦୂର ବଦଳରେ ଭାରତ ବର୍ତ୍ତମାନ ଅପରେସନ ସିନ୍ଦୂର ଆରମ୍ଭ କରିଛି। ଭାରତର ତିନି ସେନା ମିଶି ନଅଟି ସ୍ଥାନରେ ଆକ୍ରମଣ କରିଥିଲେ  ଯେଉଁଥିରେ ଶହ ଶହ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ବୋଲି ଜଣା ପଡ଼ିଛି। ଏଥିରେ ପିଓକେ ଓ ପାକିସ୍ତାନର ଜୈଶ ଏବଂ ଲସ୍କରର ଘାଟିଗୁଡ଼ିକୁ ଟାର୍ଗେଟ କରାଯାଇଥିଲା।

ତେବେ ଏସବୁର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ସେନା ଭିଡିଓ ଜାରି କରିଛି। ଜାରି କରାଯାଇଥିବା ଏହି ଭିଡିଓରେ ଆତଙ୍କବାଦୀ ମାନେ ଲୁଚି ରହିଥିବା  ସ୍ଥାନଗୁଡ଼ିକ ଦୃଶ୍ୟମାନ ହେବା ସହ ଭାରତର ଛାଡିଥିବା କ୍ଷେପଣାସ୍ତ୍ର ଓ ସେଠାରେ ହୋଇଥିବା ବିସ୍ଫୋରଣ ମଧ୍ୟ ଦୃଶ୍ୟମାନ ହୋଇଥିଲା।

ଯେଉଁଠାରେ ଆକ୍ରମଣ ହୋଇଥିଲା ସେଠିକାର ସ୍ଥାନୀୟ ଲୋକ ମାନଙ୍କର ପ୍ରତିକ୍ରିୟାରୁ ଜଣାପଡ଼ିଥିଲା ଯେ ଆକ୍ରମଣ କେତେ ଭୟଙ୍କର ଓ ବଡ଼ ଧରଣର ହୋଇଛି। ଭାରତୀୟ ସେନା କହିଛି ଯେ ପାକିସ୍ତାନ ଏବଂ ପିଓକେ ର ମାର୍କାଜ ସୁଭାନ ଆଲ୍ଲା – ବାହାୱାଲପୁର, ମାର୍କାଜ ତାଇବା – ମୁରିଡକେ, ସରଜଲ / ତେହେରା କାଲାନ, ମେହମୁନା ଜୋୟା ସୁବିଧା – ସିଆଲକୋଟ, ମାର୍କାଜ ଅହଲେ ହାଦିଥ ବର୍ଣ୍ଣାଲା – ଭୀମବର୍, ମାର୍କାଜ ଅବ୍ବାସ – କୋଟଲି, ମାସ୍କର ରାହିଲ ସହିଦ – କୋଟଲି, ଶାୱାଇଡ କୁ ଟାର୍ଗେଟ କରାଯାଇଛି।

https://x.com/ANI/status/1920048358586208724?t=gkUIxfEBObb-2VwY0WBSxg&s=19I

Comments are closed.