ନୂଆଦିଲ୍ଲୀ: ଯଦି ଦୁଇଜଣ ପ୍ରାପ୍ତବୟସ୍କ ମହିଳା ଓ ପୁରୁଷ ଦୀର୍ଘ ସମୟ ପାଇଁ ଲିଭ-ଇନ୍ ଦମ୍ପତି ଭାବରେ ଏକାଠି ରୁହନ୍ତି, ତେବେ ମହିଳା କରିପାରିବେନି ଦୁଷ୍କର୍ମ ଅଭିଯୋଗ। ଏଭଳି ଅଭିଯୋଗ ଗ୍ରହଣୀୟ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ବିବାହର ପ୍ରତିଶ୍ରୁତିରେ ସମ୍ପର୍କ ଆରମ୍ଭ ହୋଇଥିଲା ଏବଂ ତେଣୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ମହିଳାଙ୍କ ଦୁଷ୍କର୍ମ ଦାବିକୁ ଗ୍ରହଣ କରାଯାଇପାରିବ ନାହିଁ।
ଜଷ୍ଟିସ୍ ସଞ୍ଜୟ କରୋଲ ଏବଂ ଜଷ୍ଟିସ୍ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ବାର୍ ଆଣ୍ଡ୍ ବେଞ୍ଚର ରିପୋର୍ଟ ଅନୁଯାୟୀ, ଯଦି ଦୁଇ ପ୍ରାପ୍ତ ବୟସ୍କ ବ୍ୟକ୍ତି ଦୀର୍ଘ ଦିନ ଯାଏଁ ଲିଭ୍-ଇନ୍-ରିଲେସନସିପ୍ରେ ରୁହନ୍ତି ତେବେ ସେମାନେ ସ୍ଵଇଚ୍ଛାରେ ଆପୋସ ସହମତିରେ ସମ୍ଵନ୍ଧ ରଖୁଛନ୍ତି। ଏହାର ଅର୍ଥ ନୁହେଁ ଯେ କେବଳ ବିବାହ ପ୍ରତିଶୃତି ଯୋଗୁଁ ମହିଳା ଜଣଙ୍କ ଶାରିରୀକ ସମ୍ବନ୍ଧ ରଖୁଛନ୍ତି। ଦୁଇ ପକ୍ଷ ଆଗକୁ ବିବାହ କରିବାକୁ ଇଚ୍ଛା ରଖି ଲିଭ୍-ଇନ୍-ରିଲେସନସିପ୍ରେ ରହି ପାରନ୍ତି। କିନ୍ତୁ ଏହାର ଅର୍ଥ ନୁହେଁ ଯେ, କେବଳ ବିବାହ ପ୍ରତିଶୃତି ଯୋଗୁଁ ମହିଳା ଜଣଙ୍କ ସମ୍ପର୍କରେ ରହୁଛନ୍ତି।
ସୁପ୍ରିମକୋର୍ଟ କହିଛନ୍ତି ଯେ, କିଛି ଦଶକ ମଧ୍ୟରେ ସମାଜରେ ବହୁ ପରିବର୍ତ୍ତନ ଆସିଛି। ଏବେ ଅଧିକାଂଶ ମହିଳା ଆର୍ଥିକ ରୂପରେ ସ୍ଵାଧୀନ। ନିଜେ ନିଜର ନିଷ୍ପତ୍ତି ନେଇ ପାରୁଛନ୍ତି। ଏଥିପାଇଁ ଲିଭ୍-ଇନ୍-ରିଲେସନସିପ୍ ସଂଖ୍ୟା ବୃଦ୍ଧି ପାଉଛି। ତେଣୁ ଏଭଳି ମାମଲାରେ କୋର୍ଟ ଦୃଷ୍ଟିକୋଣ ବଦଳାଇବା ଉଚିତ୍। ସମ୍ପର୍କ କେତେ ଦିନର ଏବଂ ସମ୍ପର୍କରେ ଦୁଇହିଁଙ୍କର ଆଚ୍ଚରଣ କିଭଳି ଥିଲା ତାକୁ ଦୃଷ୍ଟିରେ ରଖି ବିଚାର କରିବା ଉଚିତ୍। ସୂଚନା ଥାଉକି, ଜଣେ ଯୁବକଙ୍କ ବିରୋଧରେ ତାଙ୍କର ମହିଳା ବନ୍ଧୁ ବିବାହର ପ୍ରତିଶୃତି ଦେଇ ପ୍ରତାରଣା, ଦୁଷ୍କର୍ମ ଏବଂ ମାରପିଟ୍ ଅଭିଯୋଗ ଆଣିଥିଲେ। ସୁପ୍ରିମକୋର୍ଟ ଏହି ଅଭିଯୋଗକୁ ଖାରଜ କରି ଦେଇଛନ୍ତି।
Comments are closed.