ନୂଆଦିଲ୍ଲୀ: ସରିନି ଅପରେସନ ସିନ୍ଦୂର ଭୟାବହତା। ଆହୁରି କାନ୍ଦିବ ପାକିସ୍ତାନ। ଆଜି ସର୍ବଦଳୀୟ ବୈଠକ ପରେ କିଛି ଏହାରି ବାର୍ତ୍ତା ଦେଇ, ଆଉ ଏକ ବଡ଼ ସଂକେତ ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ। ଅପରେସନ ସିନ୍ଦୂର ପରେ ଉତ୍ତେଜନା ଆହୁରି ବଢ଼ିଥିବା ବେଳେ କେନ୍ଦ୍ର ମନ୍ତ୍ରୀ ରିଜିଜୁ ଜୋର ଦେଇ କହିଛନ୍ତି ଯେ ଅପରେସନ ସିନ୍ଦୂର ଏବେ ବି ଜାରି ରହିଛି। ଯେଉଁଥିରେ ପ୍ରାୟ ୧୦୦ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।
ତେବେ ସର୍ବଦଳୀୟ ବୈଠକ ସରିବା ପରେ ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳାପ ସମୟରେ ରିଜିଜୁ କହିଛନ୍ତି, ପ୍ରତିରକ୍ଷା ମନ୍ତ୍ରୀ ନେତାମାନଙ୍କୁ ଅବଗତ କରାଇଛନ୍ତି ଯେ ଏହା ଏକ ଚାଲୁଥିବା ଅପରେସନ୍ ଥିଲା। ଅର୍ଥାତ ଏବେବି ଏହା ଜାରି ରହିଛି। ତେଣୁ ସେ ଏ ବିଷୟରେ ଅଧିକ ବୈଷୟିକ ସୂଚନା ଦେଇପାରିବେ ନାହିଁ। ଏଥିସହିତ ଦେଶ ବର୍ତ୍ତମାନ ଯେଉଁ ପ୍ରମୁଖ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ତାହା ସ୍ୱୀକାର କରି ପ୍ରତ୍ୟେକ ନେତା ଦାୟିତ୍ୱ ଏବଂ ପରିପକ୍ୱତାର ସହିତ ସେମାନଙ୍କର ମତ ପ୍ରକାଶ କରିଥିଲେ। ଆମେ କେବଳ ଶାସନ କରିବା ପାଇଁ ସରକାର ଗଠନ କରୁନାହୁଁ, ବୋଲି ମନ୍ତ୍ୟବା ରଖିଥିଲେ ରିଜିଜୁ।
ସେପଟେ ଆଜି ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ସମସ୍ତ ଦଳୀୟ ନେତାଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସଦ୍ୟତମ ଆକ୍ରମଣକୁ ଦୃଷ୍ଟିରେ ରଖି ଆଲୋଚନା ଗଠନମୂଳକ ଏବଂ ଗମ୍ଭୀର ଭାବରେ କରାଯାଇଥିଲା। ଏହି ସମୟରେ, ସର୍ବଦଳୀୟ ବୈଠକରେ, ରାଜନାଥ ସିଂହ, ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ନଅଟି ଆତଙ୍କବାଦୀ ଆଡ୍ଡା ଉପରେ ସଠିକ୍ ଆକ୍ରମଣରେ ୧୦୦ ଆତଙ୍କବାଦୀ ନିହତ ହୋଇଛନ୍ତି ବୋଲି ସେ ସୂଚନା ଦେଇଛନ୍ତି । କହିଛନ୍ତି, ପ୍ରାୟ ୧୦୦ ଆତଙ୍କବାଦୀ ନିହତ ହୋଇଛନ୍ତି। ଏପର୍ଯ୍ୟନ୍ତ କୌଣସି ଠୋସ୍ ସୂଚନା ନାହିଁ। ଗଣନା ଜାରି ରହିଛି। ଆମେ ମାମଲାକୁ ଆହୁରି ବଢ଼ାଇବାକୁ ଚାହୁଁନାହୁଁ। ଯଦି ପାକିସ୍ତାନ ଏପରି କରେ, ତେବେ ଆମେ ମଧ୍ୟ ପଛକୁ ହଟିବୁ ନାହିଁ। ଯାହା ଆଗକୁ ପାକିସ୍ତାନ ପାଇଁ ବଡ଼ ବିପଦ ଆଣିବା ନେଇ ସଂକେତ ଦଉଛି।
Comments are closed.