Latest Odisha News

BREAKING NEWS

‘ଅପରେସନ୍‌ ସିନ୍ଦୁର’ରେ କୁଖ୍ୟାତ ଆତଙ୍କୀ ଅବଦୁଲ ରୌଫ୍‌ ନିହତ, କାନ୍ଦାହାର ହାଇଜାକ୍‌ର ଥିଲା ମାଷ୍ଟରମାଇଣ୍ଡ୍‌

ନୂଆଦିଲ୍ଲୀ: ‘ଅପରେସନ୍‌ ସିନ୍ଦୁର’ରେ କୁଖ୍ୟାତ ଆତଙ୍କୀ ଅବଦୁଲ ରୌଫ୍‌ ଆଜହର ନିହତ। ଭାରତୀୟ ସେନାର ମିସାଇଲ୍‌ ମାଡ଼ରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କାନ୍ଦାହାର ବିମାନ ଆକ୍ରମଣ ଘଟଣାରେ ଅନ୍ୟତମ ମାଷ୍ଟରମାଇଣ୍ଡ୍‌ ଥିଲା ଅବଦୁଲ ରୌଫ୍‌। ଆତଙ୍କବାଦ ବିରୋଧରେ ଭାରତର ଆଭିମୁଖ୍ୟ ଏବେ ସମ୍ପୂର୍ଣ୍ଣ କଠୋର ମନେ ହେଉଛି। ସେନା ଅପରେସନ ସିନ୍ଦୂର ଅଧୀନରେ ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।

ସୂତ୍ର ଅନୁଯାୟୀ, ଅବଦୁଲ ରୌଫ ଦୀର୍ଘ ଦିନ ଧରି ପାକିସ୍ତାନରେ ଲୁଚି ରହିଥିଲେ ଏବଂ ଭାରତ ବିରୁଦ୍ଧରେ ଲଗାତାର ଉତ୍ତେଜନାମୂଳକ ବୟାନ ଦେଉଥିଲେ। ଏବେ ଭାରତୀୟ ସେନା ଦ୍ୱାରା ଅପରେସନ ସିନ୍ଦୂର ଦ୍ୱାରା କୁଖ୍ୟାତ ଆତଙ୍କୀ ଅବଦୁଲ ରୌଫ୍‌ ଆଜହର ନିହତ ହୋଇଛି।

IC-814 ହାଇଜ୍ୟାକ୍
୨୪ ଡିସେମ୍ବର ୧୯୯୯ରେ, କାଠମାଣ୍ଡୁରୁ ଦିଲ୍ଲୀ ଆସୁଥିବା ସମୟରେ ଇଣ୍ଡିଆନ୍ ଏୟାରଲାଇନ୍ସର ବିମାନ IC-814କୁ ପାଞ୍ଚ ଜଣ ଆତଙ୍କବାଦୀ ଅପହରଣ କରିଥିଲେ। ବିମାନରେ ପ୍ରାୟ ୧୭୬ ଜଣ ଯାତ୍ରୀ ଏବଂ ୧୫ ଜଣ କ୍ରୁ ସଦସ୍ୟ ଥିଲେ। ଅପହରଣକାରୀମାନେ ବିମାନଟିକୁ ଅମୃତସର, ଲାହୋର, ଦୁବାଇ ଏବଂ ଶେଷରେ ତାଲିବାନ ଶାସିତ କାନ୍ଦାହାର ନେଇଯାଇଥିଲେ। ୭ ଦିନ ଧରି ଚାଲିଥିବା ଏହି ସଙ୍କଟ ପରେ, ଭାରତ ତିନି ଜଣ ଆତଙ୍କବାଦୀ – ମୌଲାନା ମାସୁଦ ଆଝାର, ଅହମଦ ଓମାର ସଇଦ ଶେଖ ଏବଂ ମୁସ୍ତାକ ଅହମଦ ଜରଗରଙ୍କୁ ମୁକ୍ତ କରିବାକୁ ବାଧ୍ୟ ହୋଇଥିଲା।

ରୌଫ୍ ଆଜହର କିଏ?
ଅବଦୁଲ ରୌଫ ଆଝାର ମୌଲାନା ମାସୁଦ ଆଝାରଙ୍କ ସାନ ଭାଇ ଥିଲେ ଏବଂ କାନ୍ଦାହାର ହାଇଜାକିଂ ଷଡ଼ଯନ୍ତ୍ରର ମୁଖ୍ୟ ମାଷ୍ଟରମାଇଣ୍ଡ ଥିଲେ। ସେ ISI ଏବଂ ହରକତ-ଉଲ-ମୁଜାହିଦ୍ଦିନ୍ ସହିତ ମିଶି ଏହି ଅପରେସନ୍ ଯୋଜନା କରିଥିଲେ। ତାଙ୍କ ଭାଇଙ୍କୁ ଜେଲରୁ ମୁକ୍ତ କରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ। ବିମାନ ଅପହରଣ ପରେ, ସେ ଜୈସ-ଏ-ମହମ୍ମଦର ବଡ଼ ଆତଙ୍କବାଦୀ ଆକ୍ରମଣ ଯୋଜନା କରିବାରେ ସାମିଲ ଥିଲେ ଏବଂ ଭାରତରେ ‘ମୋଷ୍ଟ ୱାଣ୍ଟେଡ୍’ ମଧ୍ୟ ଥିଲେ।

Comments are closed.