ନୂଆଦିଲ୍ଲୀ:ଜମ୍ମୁର ଏୟାରଷ୍ଟ୍ରିପ୍ ଉପରେ ପାକିସ୍ତାନ ଟାର୍ଗେଟ୍ କରିଥିଲା ,କିନ୍ତୁ ଭାରତ ଏହି ଆକ୍ରମଣକୁ ପଣ୍ଡ କରିଦେଇଥିବା ସୂଚନା ରହିଛି । ସମଗ୍ର ଜମ୍ମୁରେ ବ୍ଲାକଆଉଟ୍ କରାଯାଇଛି । ଲୋକମାନଙ୍କୁ ନିଜ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜମ୍ମୁରେ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ସକ୍ରିୟ କରାଯାଇଛି।
ଜମ୍ମୁର ବିଭିନ୍ନ ସେକ୍ଟରରେ ବ୍ଲାକଆଉଟ୍ ଜାରି କରାଯାଇଛି। ପାକିସ୍ତାନ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣର ସମ୍ଭାବନା ରହିଛି।
#WATCH | Sirens being heard in Akhnoor, Jammu and Kashmir
More details awaited. pic.twitter.com/eiGdyj14Tq
— ANI (@ANI) May 8, 2025
ପ୍ରାଥମିକ ସୂଚନା ଅନୁସାରେ, କୌଣସି ଜୀବନହାନି ହୋଇନାହିଁ। ଏହି କ୍ଷେପଣାସ୍ତ୍ରଗୁଡ଼ିକୁ ଭାରତୀୟ ସେନା ନଷ୍ଟ କରିଦେଇଛି । ଏହି ସମୟରେ ସହରରେ ଯୁଦ୍ଧ ସାଇରନ ବାଜିଥିଲା। ହାଇ ଆଲର୍ଟ ମଧ୍ୟରେ ବ୍ଲାକଆଉଟ୍ ଜାରି କରାଯାଇଛି। ସ୍ଥାନୀୟ ଲୋକଙ୍କୁ ଘରୁ ନ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି।
#WATCH | J&K | A complete blackout has been enforced in Samba of Jammu Division and sirens can be heard. pic.twitter.com/36CXykChOD
— ANI (@ANI) May 8, 2025
ଅନ୍ୟପଟେ ଜମ୍ମୁ-କାଶ୍ମୀରର କୁପୱାଡ଼ାରେ ଭୟଭୀତ ପାକିସ୍ତାନ ପକ୍ଷରୁ ପ୍ରବଳ ଗୁଳିମାଡ଼ କରାଯାଉଛି। ଭାରତୀୟ ସୈନିକମାନେ ପାକିସ୍ତାନକୁ କଡା ଜବାବ ଦେଉଛନ୍ତି।
ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ୨୬ ଜଣଙ୍କୁ ହତ୍ୟା କରିଥିଲେ , ଦୁଇ ସପ୍ତାହ ପରେ ଭାରତ ବୁଧବାର ଦିନ ‘ଅପରେସନ୍ ସିନ୍ଦୂର’ ଅଧୀନରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ଶିବିରଗୁଡ଼ିକ ଉପରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରିଛି। ଏହାପରେ ପାକିସ୍ତାନ ଭାରତର ୧୫ଟି ସହରରେ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା ।
Comments are closed.