Latest Odisha News

ପାକିସ୍ତାନର ଏଫ-୧୬ ଲଢୁଆ ବିମାନ ଓ J -17 ବିମାନକୁ ଧ୍ଵଂସ କଲା ଭାରତ

ନୂଆଦିଲ୍ଲୀ:ଭାରତୀୟ ସେନା ପାକିସ୍ତାନର ଗୋଟିଏ ଏଫ-୧୬ ଲଢୁଆ ବିମାନ ଓ J -17 ବିମାନକୁ ଧ୍ଵଂସ କରିଛି। ପାକିସ୍ତାନର ପ୍ରତିଟି ଦୁଃସାହସର ମୁହଁତୋଡ଼ ଜବାବ ଦେଉଛି ଭାରତୀୟ ସେନା । ପାକିସ୍ତାନର ପଞ୍ଜାବ ପ୍ରଦେଶର ସରଗୋଧାରେ ପାକିସ୍ତାନର ସବୁଠାରୁ ଉନ୍ନତ ଲଢ଼ୁଆ ବିମାନ F-16କୁ ଗୁଳି କରି ଖସାଇ ଦିଆଯାଇଛି।

ପାକିସ୍ତାନ ଜମ୍ମୁରୁ ରାଜସ୍ଥାନର ଜୈସଲମେର ପର୍ଯ୍ୟନ୍ତ ଡ୍ରୋନ୍ ଏବଂ ମିସାଇଲ୍ ବ୍ୟବହାର କରି ଆକ୍ରମଣ କରିଛି। ପାକିସ୍ତାନର ଏହି ଡ୍ରୋନ୍ ଆକ୍ରମଣ ଯୋଗୁଁ ଜମ୍ମୁ-କାଶ୍ମୀର, ରାଜସ୍ଥାନ ଏବଂ ପଞ୍ଜାବର ଅନେକ ସହର ବ୍ଲାକଆଉଟ୍ କରାଯାଇଛି ।

 

ଭାରତୀୟ ସେନାର ଆଧୁନିକ ଏୟାର ଡିଫେନ୍ସ ସିଷ୍ଟମ ଏସ-୪୦୦ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାକିସ୍ତାନ ପକ୍ଷରୁ ମାଡ଼ କରାଯାଇଥିବା ମିସାଇଲ, ଡ୍ରୋନକୁ ଆକାଶ ମାର୍ଗରେ ମାରି ନଷ୍ଟ କରି ଦେଇଛି।

ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ୨୬ ଜଣଙ୍କୁ ହତ୍ୟା କରିଥିଲେ , ଦୁଇ ସପ୍ତାହ ପରେ ଭାରତ ବୁଧବାର ଦିନ ‘ଅପରେସନ୍ ସିନ୍ଦୂର’ ଅଧୀନରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ଶିବିରଗୁଡ଼ିକ ଉପରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରିଛି। ଏହାପରେ ପାକିସ୍ତାନ ଭାରତର ୧୫ଟି ସହରରେ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା ​​।

Comments are closed.