Latest Odisha News

BREAKING NEWS

ପାକିସ୍ତାନର ଆଉ ଏକ ଦୁଃସାହସକୁ ପଣ୍ଡ କଲା ଭାରତ, ଜମ୍ମୁରେ ୮ କ୍ଷେପଣାସ୍ତ୍ର ନଷ୍ଟ କଲା

ଶ୍ରୀନଗର: ଗୁରୁବାର ସନ୍ଧ୍ୟାରେ ପାକିସ୍ତାନ ପୁଣି ଥରେ ଆଉ ଏକ ଦୁଃସାହସିକ ପଦକ୍ଷେପ ନେଇଛି । କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ସାହାଯ୍ୟରେ ଭାରତର ୮ଟି ସ୍ଥାନକୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିବାବେଳେ, ପାକିସ୍ତାନ କିନ୍ତୁ ପୁଣି ବିଫଳ ହୋଇଛି । ଜମ୍ମୁରେ ଥିବା ଏୟାର ଡିଫେନ୍ସ ସିଷ୍ଟମ ପାକିସ୍ତାନର କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ କୁ ଖସାଇ ଦେଇଛି, କିନ୍ତୁ ପାକିସ୍ତାନର ଘୃଣ୍ୟ ଉଦ୍ଦେଶ୍ୟ ପରେ, ଏକ ସତର୍କ ସୂଚନା ଜାରି କରାଯାଇଛି ଏବଂ ସମଗ୍ର ଜମ୍ମୁରେ ବ୍ଲାକ୍ ଆଉଟ୍ କରାଯାଇଛି ।

ଭାରତୀୟ ସେନା ଉଧମପୁର, ଜମ୍ମୁ, ଅଖନୁର, ପଠାନକୋଟ ଏବଂ କଠୁଆରେ ପାକିସ୍ତାନୀ ଡ୍ରୋନ ଏବଂ କ୍ଷେପଣାସ୍ତ୍ରକୁ ଖସାଇ ଦେଇଛି । ଏହା ସହିତ, ଅମୃତସରରେ ମଧ୍ୟ ବ୍ଲାକଆଉଟ୍ ଜାରି କରାଯାଇଛି ଏବଂ ନାଗରିକମାନଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭାରତର ଶକ୍ତିଶାଳୀ ଏୟାର ଡିଫେନ୍ସ ସିଷ୍ଟମ ଯୋଗୁଁ ଜମ୍ମୁର କୌଣସି କ୍ଷତି ହୋଇନାହିଁ ।

ସୂଚନାଯୋଗ୍ୟ, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ମଧ୍ୟ ପାକିସ୍ତାନର କାର୍ଯ୍ୟକଳାପ ହ୍ରାସ ପାଉନାହିଁ । ବୁଧବାର ରାତିରେ ୧୫ଟି ଭାରତୀୟ ସ୍ଥାନ ଉପରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା ହେଲେ ଭାରତୀୟ ସଶସ୍ତ୍ର ବାହିନୀ ସମୟୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମସ୍ତ ଆକ୍ରମଣକୁ ପଣ୍ଡ କରିଦେଇଥିଲେ ।

Comments are closed.