ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବା ପରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଆଇପିଏଲକୁ ସାମୟିକ ଭାବେ ସ୍ଥଗିତ କରିଛି । ଆଇପିଏଲରେ ଏବେ ୧୬ଟି ମ୍ୟାଚ ଖେଳାଯିବାକୁ ବାକି ରହିଛି । ଏଥିପାଇଁ ୧୦ରୁ ୧୨ ଦିନର ସମୟର ଆବଶ୍ୟକତା ରହିଛି । ଭାରତ-ପାକିସ୍ତାନ ମଧ୍ୟରେ ବର୍ତମାନ ଯେଉଁ ପରିସ୍ଥିତି ଉପୁଜିଛି ଏହା ବିଚାରକୁ ନେଲେ ସେପ୍ଟେମ୍ବରରେ ଏସିଆ କପ ଖେଳାଯିବା ସମ୍ଭବପର ମନେ ହେଉନି । ବିସିସିଆଇ ଏହି ସମୟ ମଧ୍ୟରେ ଆଇପିଏଲର ବାକି ତକ ମ୍ୟାଚ ଆୟୋଜନ କରିବା ସମ୍ଭାବନା ଉପୁଜିଛି । ବିଦେଶୀ ଖେଳାଳି ଉପଲବ୍ଧ ରହିବେ କି ନାହିଁ ତାହା ସେମାନଙ୍କ ବ୍ୟକ୍ତିଗତ ନିଷ୍ପତି ଉପରେ ନିର୍ଭର କରିବ ।
ପୂର୍ବରୁ ପ୍ରକାଶିତ ଅନ୍ୟ ଏକ ରିପୋର୍ଟରେ ଭାରତ ଏସିଆ କପକୁ ବନ୍ଦ କରିବା ପାଇଁ ଯୋଜନା କରୁଛି । ପାକିସ୍ତାନକୁ ହଟେଇ ଭାରତ ଅନ୍ୟ ଦେଶ ସହ ଆଉ ଏକ ନୂତନ ଟୁର୍ଣ୍ଣାମେଂଟର ରୂପରେଖ ପ୍ରସ୍ତୁତ କରିପାରେ । ଖେଳାଳିମାନଙ୍କ ସୁରକ୍ଷା ଏବଂ ପାକିସ୍ତାନର ଆକ୍ରମଣକୁ ଆଖି ଆଗରେ ରଖି ଆଇପିଏଲକୁ ବନ୍ଦ କରାଯାଇଛି । ସ୍ଥିତି ସାଧାରଣ ହେଲେ ଏହା ପୂନର୍ବାର ଆୟୋଜିତ ହେବ । ଆଇପିଏଲ ପରେ ପରେ ଭାରତୀୟ ଟିମ ଇଂଲଣ୍ଡ ଗସ୍ତ ଯିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ଆଇପିଏଲ କେବେ ଖେଳାଯିବ ତାହା ବିସିସିଆଇ ସ୍ପଷ୍ଟ କରିବ ।
Comments are closed.