ଶ୍ରୀନଗର: ଭାରତ ଶ୍ରୀନଗର ଏୟାରବେସରୁ ଶନିବାର ସକାଳେ ମିଶାଇଲ ଜରିଆରେ ପାକିସ୍ତାନ ବାୟୁସେନାର ଦୁଇଟି ଯୁଦ୍ଧ ବିମାନକୁ ଖସାଇ ଦିଆଯାଇଛି।
ଶନିବାର ସକାଳେ ଭାରତୀୟ ସେନା ଏହି ବଡ଼ ସଫଳତା ହାସଲ କରିଥିବା ସୂତ୍ରରୁ ଜଣାପଡିଛି। ଶ୍ରୀନଗରର ଲସଜାନ ନିକଟରେ ଗୋଟିଏ ପାକିସ୍ତାନୀ ଯୁଦ୍ଧ ବିମାନକୁ ଖସାଇ ଦିଆଯାଇଥିଲା ବେଳେ ଉତ୍ତର କାଶ୍ମୀରରେ ଅନ୍ୟ ଏକ ବିମାନକୁ ଖସାଇ ଦିଆଯାଇଥିଲା।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଭାରତ ଶନିବାର ସକାଳେ ପାକିସ୍ତାନ ଉପରେ ଆକ୍ରମଣ କରିଥିଲା। ଯାହା ଇସଲାମାବାଦ, ଲାହୋର ଏବଂ ରାୱଲପିଣ୍ଡି ସହରକୁ ପ୍ରଭାବିତ କରିଥିଲା।
Comments are closed.