Latest Odisha News

BREAKING NEWS

ପାକିସ୍ତାନରେ କୋହଲି ଖେଳି ପାରିଲେ ନାହିଁ ଟେଷ୍ଟ ମ୍ୟାଚ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ଟି୨୦ ପରେ ଏବେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । କୋହଲି ତାଙ୍କ ଟେଷ୍ଟ କ୍ୟାରିୟରରେ ଅନେକ ରେକର୍ଡ କରିଛନ୍ତି । ତେବେ ପାକିସ୍ତାନରେ ସେ ଗୋଟିଏ ହେଲେ ବି ଟେଷ୍ଟ ଖେଳି ପାରି ନାହାନ୍ତି । ୨୦୦୮ ପରଠାରୁ ଭାରତ ଆଉ ପାକିସ୍ତାନ ଗସ୍ତରେ ଯାଇନି । ସେ ସମୟରେ କୋହଲି ଟିମର ସଦସ୍ୟ ନ ଥିଲେ । ୨୦୦୯ରେ ଶ୍ରୀଲଙ୍କା ଟିମ ଉପରେ ଆତଙ୍କବାଦୀ ଆକ୍ରମଣ ହେଲା । ଏହା ପରେ ଅନ୍ୟ ବିଦେଶୀ ଟିମ ପାକିସ୍ତାନ ଯିବାକୁ ମନା କରି ଦେଇଥିଲେ । ୨୦୧୨ରେ ଭାରତ ଗସ୍ତରେ ପାକିସ୍ତାନ ଆସିଥିଲା । ଏହା ପରାଠାରୁ ଆଉ କୌଣସି ଦ୍ୱିପାକ୍ଷିକ ସିରିଜ ମଧ୍ୟ ଖେଳା ଯାଇ ନାହିଁ ।

ତେବେ ଆଇସିସିର ଅନ୍ୟ ଟୁର୍ଣ୍ଣାମେଂଟରେ ପାକିସ୍ତାନେ ବିପକ୍ଷରେ କୋହଲି ସର୍ବଦା ଭଲ ପ୍ରଦର୍ଶନ କରିଛନ୍ତି । ୨୦୧୫ ଦିନିକିଆ ବିଶ୍ୱକପରେ ଶତକ ଓ ୨୦୨୨ର ଐତିହାସିକ ଟି୨୦ ଇନିଂସକୁ କିଏ ବା ଭୁଲି ପାରିବ । ପାକିସ୍ତାନ ବିପକ୍ଷରେ କୋହଲି ୧୮୩ ରନର ଇନିଂସ ମଧ୍ୟ ଖେଳିଛନ୍ତି । ୨୦୧୧ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ସେ ଆନ୍ତର୍ଜାତୀୟ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ । ସେ ୧୨୩ ଟେଷ୍ଟରେ ୯୨୩୦ ରନ କରିଛନ୍ତି । ଏଥିରେ ୩୦ ଶତକ ଓ ୩୧ ଅର୍ଦ୍ଧଶତକ ସାମିଲ । କୋହଲି ଭାରତ ପକ୍ଷରୁ ସର୍ବାଧିକ ୭ଟି ଦ୍ୱିଶତକ ମାରିଛନ୍ତି । କୋହଲି ୩୦୨ ଦିନିକିଆରେ ୫୧ ଶତକ ସହ ୧୪୧୮୧ ରନ ଓ ୧୨୫ ଟି୨୦ରେ ଗୋଟିଏ ଶତକ ସହ ୪୧୮୮ ରନ ସଂଗ୍ରହ କରିଛନ୍ତି ।

Comments are closed.