Latest Odisha News

BREAKING NEWS

କୋହଲିଙ୍କୁ ବହୁତ ଥର ଭେଟିଛନ୍ତି କହିଲେ ପୁଅରୁ ଝିଅ ହୋଇଥିବା ଅନାୟା ବାଙ୍ଗର

ନୂଆଦିଲ୍ଲୀ: ବିରାଟ କୋହଲି ଟେଷ୍ଟରୁ ଅବସର ନେବା ବିଶ୍ୱ କ୍ରିକେଟକୁ ଚକିତ କରି ଦେଇଛି । କୋହଲିଙ୍କ ସହ ସମ୍ପର୍କକୁ ନେଇ ଅନେକ ଖେଳାଳି ସ୍ମତିଚାରଣ କରୁଛନ୍ତି । ଏହା ମଧ୍ୟରେ କ୍ରିକେଟର ସଞ୍ଜୟ ବାଙ୍ଗରଙ୍କ ଝିଅ ଅନାୟା କହିଛନ୍ତି, ସେ ଅନେକ ଥର କୋହଲିଙ୍କୁ ଭେଟିଛନ୍ତି । ବାଙ୍ଗରଙ୍ଗ ସହ କୋହଲି ଅଭ୍ୟାସ କରୁଥିବାରୁ ଅନାୟା ତାଙ୍କୁ ଭେଟିବାକୁ ସୁଯୋଗ ପାଇଥାନ୍ତି । ସୂଚନାଯୋଗ୍ୟ, ସଞ୍ଜୟଙ୍କ ଝିଅ ପ୍ରଥମେ ପୁଅ ଥିଲେ । ସେ ଏବେ ଲିଙ୍ଗ ପରିବର୍ତନ କରିଛନ୍ତି । କୋହଲିଙ୍କ ହାତରେ ବ୍ୟାଟ ଥିଲେ ସେ ସର୍ବଦା ବ୍ୟାଟିଂ କରିବା କଥା ଚିନ୍ତା କରିଥାନ୍ତି । କ୍ରିକେଟ ବ୍ୟତୀତ ତାଙ୍କର ଅନ୍ୟ କେଉଁଥିରେ ମନ ନ ଥାଏ ।

ଚାପଭରା ପରିସ୍ଥିତିକୁ କିପରି ସାମ୍ନା କରିଥାନ୍ତି ବୋଲି କୋହଲିଙ୍କୁ ଅନାୟା ପଚାରିଥିଲେ । ସେ ଏହାର ଉତରରେ କହିଥିଲେ ମୁଁ ଯେଉଁଥିରେ ଶକ୍ତିଶାଳୀ ତାହା ଉପରେ ବିଶେଷ ନିର୍ଭର କରିଥାଏ । ମୁଁ ବିରାଟଙ୍କ ପରି ସାହାସୀ ହେବାକୁ ଚାହୁଥିଲେ ମଧ୍ୟ ସଫଳ ହୋଇ ପାରିନି । ଲିଙ୍ଗ ପରିବର୍ତନ କରିବା ପରେ ସେ ଆଉ କୋହଲିଙ୍କୁ ଭେଟି ନାହାନ୍ତି ।

Comments are closed.